xmas

ରାତି ପାହିଲେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା, ଗାଁ ଗାଁ ବୁଲି ରାମଙ୍କ ପ୍ରଚାରରେ ଯୁବକ ନଗେନ୍ଦ୍ର

ବଡ଼ଚଣା: ଏହି କଳି ଯୁଗରେ ପାରିହେବାକୁ ହେଲେ ଆମକୁ ପ୍ରଭୁଙ୍କ ନାମ ନିହାତି ନେବା ଦରକାର । ପ୍ରତ୍ୟେକ ଦିନ କର୍ମମୟ ଜିବନ ଭିତରୁ କିଛି ସମୟ ବାହାର କରି ପ୍ରଭୁଙ୍କୁ ଆମେ ଡାକିବା । କାରଣ ପ୍ରଭୁଙ୍କ ବିନା କିଛି ହୋଇ ପାରେନା । ସବୁ ତାଙ୍କରି ଇଚ୍ଛାରେ ହୁଏ ଆଉ ତାଙ୍କରି ଇଚ୍ଛାରେ ଘଟେ । ତେଣୁ ପ୍ରଭୁହିଁ ଏକ ମାତ୍ର ସବୁ କିଛି ।

ସେହି ପରିପ୍ରେକ୍ଷୀରେ ମର୍ଯ୍ୟାଦା ପୁରୁଷ ରାମଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା କାଲି ଜନ୍ମ ଭୂମି ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ସାରା ଭାରତ ବା ବିଶ୍ଵ ଦେଖିବ ପ୍ରଭୁଙ୍କର ଏଇ ଅପୂର୍ବ ମୂହୁର୍ତ୍ତ । ସେଇ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଙ୍କ ପ୍ରଚାରରେ ବାହାରି ପଡିଛନ୍ତି ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ କୁନ୍ଦଳ ଗ୍ରାମର ଯୁବକ ନଗେନ୍ଦ୍ର ବେହେରା ଓରଫ ନଗେନ ଭାଇ । ସେ ଗତ ସପ୍ତାହ ହେଲା ନିଜ ଗାଡ଼ିକୁ ପ୍ରଭୁଙ୍କ ନାମରେ ସଜାଇ ସେଥିରେ ପ୍ରଭୁଙ୍କର ବିଭିନ୍ନ ରୂପରେ ଦେଇ ଗାଁ ଗାଁ ବୁଲି ପ୍ରଭୁଙ୍କ ଗୁଣ ଗାନ କରୁଛନ୍ତି । ସେ ଏକ ସପ୍ତାହ ଧରି କିଛି ନଖାଇ ନିଷ୍ଠାରେ ରହି ଗେରୁଆ ବସ୍ତ୍ର ଓ ମୁଣ୍ଡରେ କମଳା ରଙ୍ଗର ପଗଡି ପିନ୍ଧି ନିଜ ପଞ୍ଚାୟତ ଓ ଆଖପାଖ ପଞ୍ଚାୟତର ପ୍ରତ୍ୟେକ ଗାଁଙ୍କୁ ଯାଇ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ନୀତିବାଣୀ ଓ ତାଙ୍କର ଗୁଣ କୀର୍ତ୍ତନ କରି ସମସ୍ତଙ୍କ ପାଖରେ ବାର୍ତ୍ତା ଦେଉଛନ୍ତି । ଆଉ ସମସ୍ତଙ୍କୁ ବୁଝାଉଛନ୍ତି ଯେ ଏହି କଳି ଯୁଗରେ ଆମକୁ ବଞ୍ଚିବାକୁ ହେଲେ ସେଇ ପ୍ରଭୁଙ୍କ ନାମ ହିଁ କରିବାକୁ ପଡ଼ିବ । ସମସ୍ତେ ନିଜ ନିଜ କର୍ମମୟ ଜୀବନ ଭିତରୁ କିଛି ସମୟ ଆମେ ତାଙ୍କରି ପାଖରେ ସମର୍ପିତ କରିଦେବା । ଦେଖିବେ ଆମ ମନୁଷ୍ୟ ଜୀବନ ସାର୍ଥକ ହେଇଯିବ । ତାଙ୍କର ଏଇ ବୟସରୁ ପ୍ରଭୁଙ୍କ ପ୍ରତି ଏତେ ଭକ୍ତି, ଭଲ ପାଇବା ଓ ଗାଁ ଗାଁରେ ବୁଲି ପ୍ରଭୁଙ୍କ ନାମ ପ୍ରଚାର କରିବାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ସେ ଏକ ସପ୍ତାହ ଧରି ନିଜ ଘରେ ନରହି ଏକ ପରିତ୍ୟକ୍ତ ଜାଗାରେ ଛୋଟିଆ କୁଡିଆ କରି ସେଇଟି ରାତ୍ରୀଯାପନ କରୁଛନ୍ତି । ତାଙ୍କୁ ଏହି ବିଷୟରେ ପଚାରି ବାରୁ ସେ କହିଲେ ମୁଁ ପ୍ରଭୁ ରାମଙ୍କର ଏକ ଛୋଟିଆ ଭକ୍ତ । ହନୁମାନ ସିନା ହୋଇ ପାରିବିନି କିନ୍ତୁ ଗୁଣ୍ଡୁଚି ମୂଷା ହୋଇ ପ୍ରଭୁଙ୍କ ପାଇଁ କିଛି କରି ପାରିଲେ ମୋ ଜୀବନ ସାର୍ଥକ ହେଇଯିବ ବୋଲି କୁହନ୍ତି ।

Leave A Reply

Your email address will not be published.