ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ପ୍ରାପ୍ତ ଆଦିବାସୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି, ୧/୨: ରାଜ୍ୟରେ ପ୍ରଥମ ଥର କରି ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାକୁ ସାମିଲ କରାଯାଇଛି। ଜିଲ୍ଲାର ଏକ ମାତ୍ର ଆଦିବାସୀ ଛାତ୍ର ରାହୁଲ ପଡ଼ିଆମୀ ରାଜ୍ୟସ୍ଥରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ଶ୍ରୀ ପଡ଼ିଆମୀ, ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଜିଲ୍ଲାରେ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ତାଙ୍କର ଅଗ୍ରଗତି ଗତିରେ ନିରବଚ୍ଛିନ୍ନ ଉଦ୍ଯମ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଅସାଧାରଣ ସାଧନା, ଦୃଢ଼ ଦୃଢ଼ ନିଷ୍ଠା, ଏକାଗ୍ରତା, ସମୟୋଚିତ ନିଷ୍ପଭି ତଥା ଶିକ୍ଷାର ପାଇଁ ସାରା ରାଜ୍ୟ ଗର୍ବିତ ହୋଇଛି, ରାଜ୍ୟର ଶୈକ୍ଷିକ ବାତାବରଣର ପ୍ରଗତିରେ ତାଙ୍କର ଭୂମିକା ଅତୁଳନୀୟ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ରାହୁଲଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଭୁବନେଶ୍ୱର ଠାରେ ଗତ ୩୧ ତାରିଖରେ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଛି। ରାହୁଲ ଆଜି ମାଲକାନଗିରି ଠାରେ ପହଁଚିବା ପରେ ସେ ଅଧ୍ୟୟନ କରୁଥିବା ଏମଭି-୭ ଜଗନ୍ନାଥପଲ୍ଲୀ ହାଇସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟଜନ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ଇଶ୍ଵର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଓ ବନବାସୀ ଗବେଷକ ରତ୍ନାକର ଦାଶ ଯୋଗ ଦେଇ ପୁରସ୍କାର ପ୍ରାପ୍ତ ଛାତ୍ର ରାହୁଲ ପଡ଼ିଆମୀଙ୍କୁ ସମ୍ବର୍ଦ୍ଧନା ଜଣାଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁ ଗୁଣରେ କମ ନୁହଁ, ଜିଲ୍ଲାରେ ଆଦିବାସୀ ଶିକ୍ଷାର ହାର ବୃଦ୍ଧି ପାଇବ, ରାହୁଲ ପଡ଼ିଆମୀ ଭଳି ଅନେକ ଛାତ୍ରଛାତ୍ରୀ ଶିକ୍ଷା, କ୍ରୀଡା ଓ ସଙ୍ଗୀତ ନୃତ୍ୟ କ୍ଷେତ୍ରରେ ଏହି ଜିଲ୍ଲାର ଟେକ ରଖିଛନ୍ତି ବୋଲି ଶ୍ରୀ ଦାଶ କହିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅଜୟ କୁମାର ସ୍ୱାଇଁ, ପ୍ରମୋଦ କୁମାର ମିଶ୍ର, ଜଗନ୍ନାଥ ସାହୁ, ଜଗଦୀଶ ମାଟାମ, ସନ୍ତୋଷ ମହାପାତ୍ର ଶିକ୍ଷୟତ୍ରୀ ସଂକୁନ୍ତଳା ସ୍ୱାଇଁ, ଦିପୁ ବୈରାଗୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜଗନ୍ନାଥପଲ୍ଲୀ ହାଇସ୍କୁଲର ୨୦୨୩ ମେଟ୍ରିକ ବ୍ୟଚ ଛାତ୍ର ଶ୍ରୀ ମାଡ଼କମି ଜଣେ ଶିକ୍ଷା, କ୍ରୀଡା, ଅନ୍ୟାନ୍ୟ କ୍ଷେତ୍ରରେ ଉଲେକ୍ଷନିୟ ସଫଳତା ହାସଲ କରିଛନ୍ତି। ସେ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ପରିବାର ହୋଇଥିଲେ ମଧ୍ୟ ତାଙ୍କର ପାଠ ପଢ଼ାର ଆଗ୍ରହ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସବୁ କ୍ଷେତ୍ରରେ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଲାଭ କରିଥିବାରୁ ବିଦ୍ୟାଳୟ କମିଟି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନେ ଖୁସି ହୋଇ ରାହୁଲକୁ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇଥିଲେ।

Leave A Reply

Your email address will not be published.