ନୂଆଗାଁ ସ୍କୁଲ ବନ୍ଧରୁ ବିରାଟ କାୟ କୁମ୍ଭୀର ଉଦ୍ଧାର

Mayurbhanja ::

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନ ଡବକ ନୂଆଗାଁ ସ୍କୁଲ ବନ୍ଧରୁ ସଖାଳୁ ଏକ ବିରାଟକାୟ କୁମ୍ଭୀର ଉଦ୍ଧାର ।ସୁଚନାନୁସାରେ ଆଜି ସକାଳୁ ମାଛଧରାଳି ଉକ୍ତ ବନ୍ଧରେ ଜାଲ ସାହାଯ୍ୟରେ ମାଛ ଧରୁଥିବା ବେଳେ ମାଛଧରା ଜାଲରେ ପଡ଼ିଛି ଏହି ବିଶାଳ କାୟ କୁମ୍ଭୀର। ଏବଂ ଜାଲରେ ଫସି ରହିଥିବା ଉକ୍ତ କୁମ୍ଭୀର ଟିକୁ ଗ୍ରାମବାସୀ ମାନେ ଉଦ୍ଧାର କରିବା ସହ ନୂଆଗାଁ ଫରେଷ୍ଟ ବିଟ୍ କୁ ହସ୍ତାନ୍ତର କରିଥିଲେ । ତେବ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ବନ୍ଧରେ ଗତ ଅଗଷ୍ଟ ମାସ ଠାରୁ ଏହି କୁମ୍ଭୀର ଟିକୁ ଦେଖିବାକୁ ପାଉଥିଲେ । ଏବଂ ଉକ୍ତ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ବନ୍ଧରେ କୁମ୍ଭୀର ଥିବା ନେଇ ବନ ବିଭାଗକୁ ସୁଚନା ଦେଇ ଆସୁଥିଲେ ମଧ୍ୟ ବନ ବିଭାଗ ଏହାକୁ ଗୋଧୀ ବୋଲି କହି ଏହାକୁ ଏଡ଼ାଇ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି। ମାତ୍ର ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସଂପୃକ୍ତ ବନ୍ଧରେ ପାଣି କମିଯିବା ଯୋଗୁଁ ଜାଲରେ କୁମ୍ଭୀରଟି ପଂସିଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କୁମ୍ଭୀର ଟିକୁ ବଣିଆବସା ଫରେଷ୍ଟ ବିଭାଗ ନେଇଥିବା ଜଣାଯାଇଛି । ତେବେ କୁମ୍ଭୀର ଟିର ଲମ୍ବ ପ୍ରାୟ ୬ ଫୁଟ, ଏବଂ ଓଜନ ୩୫ କେଜି ବୋଲି ବନବିଭାଗ ସୂଚନା ଦେଉଛି। ବନ୍ଧରୁ କୁମ୍ଭୀର ଉଦ୍ଧାର ହେବା ଖବର ପ୍ରଚାର ହେବା ପରେ ଏହି କୁମ୍ଭୀର ଟିକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଲୋକଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.