ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲା କୁନ୍ଦଳ ପଞ୍ଚାୟତ

ବଡଚଣା: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାରେ ଯାଜପୁର ଜିଲ୍ଲାରେ ପାଞ୍ଚ ପଞ୍ଚାୟତ ମନୋନୀତ ହୋଇଥିବା ବେଳେ ବଡଚଣା ବ୍ଲକର ଏକ ମାତ୍ର ପଞ୍ଚାୟତ “କୁନ୍ଦଳ” ଯାହାକି ମନୋନୀତ ହୋଇଥିଲା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଏକମାତ୍ର କୁନ୍ଦଳ ଗ୍ରାମ ପଞ୍ଚାୟତ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ପାଇବାକୁ ଯୋଗ୍ୟ ହୋଇଛି । କୁନ୍ଦଳ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରମିତା ରାଉତ ବ୍ଲକ କାର୍ଯ୍ୟାଳୟ ଠାରେ ଏହି ପୁରସ୍କାର ରାଶି ଗ୍ରହଣ କରିଛନ୍ତି । ଏହି ପୁରସ୍କାର ବ୍ଲକର ଏକ ମାତ୍ର କୁନ୍ଦଳ ପଞ୍ଚାୟତ ପାଇଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ପଞ୍ଚାୟତର ଅନେକ ଶିକ୍ଷାବିତ ବୁଦ୍ଧିଜୀବୀ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

Leave A Reply

Your email address will not be published.