ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବାର୍ଷିକ ବନ୍ଧୁ ମିଳନ

ଆଧୁନିକ ସୁବିଧା ସୁଯୋଗକୁ ଉପଯୋଗ କରି ପାଠ ପଢିବା ସହ ବିଦ୍ୟାଳୟର ସୁନାମ ଆଣିବାକୁ ଆହ୍ଵାନ

ଭୁବନେଶ୍ୱର: ଆଜି ୦୪/୦୨/୨୪ ତାରିଖ ରବିବାର ଦିନ ଭୁବନେଶ୍ୱର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ- ୧ ତରଫରୁ ସମସ୍ତ ପୁରାତନ ଛାତ୍ର ମାନଙ୍କର ବାର୍ଷିକ ବନ୍ଧୁ ମିଳନ ସ୍କୁଲରେ ସକାଳ ୧୦ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ପର୍ଯ୍ୟନ୍ତ ଚାଲିଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ଼ର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ମାନ୍ୟବର ନ୍ୟାୟ ମୂର୍ତ୍ତି (ଜଷ୍ଟିସ୍) ଶ୍ରୀ ପ୍ରମଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ପ୍ରାକ୍ତନ ଛାତ୍ର ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଡଃ ମଧୁ ମାଧବ ଜେନା, ଏବଂ ବିବରଣୀ ପାଠ କରିଥିଲେ ସଂଘର ସମ୍ପାଦକ ଡଃ ସୌର୍ଯ୍ୟ ରଞ୍ଜନ ପରିଜା, ସ୍କୁଲର ହେଡ୍ ମାଷ୍ଟ୍ରାଣୀ ରିନା ମଲ୍ଲିକ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଜଷ୍ଟିସ୍ ପଟ୍ଟନାୟକ ସ୍କୁଲରେ ତାଙ୍କ ସମୟର ସ୍କୁଲ, ଶିକ୍ଷକ ଏବଂ ଶିକ୍ଷାଦାନ ବିଷୟରେ ଅନେକ୍ ବିଷୟରେ ଆଲୋକପାତ କରି କହିଲେ ଏବେ ଛାତ୍ରମାନେ ସ୍କୁଲରେ ଦିଆ ଯାଇଥିବା ଆଧୁନିକ ସୁବିଧା ସୁଯୋଗକୁ ଉପଯୋଗ କରି ଭଲ ପାଠ ପଢିବା ସହ ବିଦ୍ୟାଳୟର ସୁନାମ ବଢାଇବାକୁ ଚେଷ୍ଟା କରନ୍ତୁ l ଏହି ବାର୍ଷିକ ସମ୍ମିଳନୀରେ ପୁରାତନ ଛାତ୍ରମାନଙ୍କ ତରଫରୁ ସ୍କୁଲର ପ୍ରାକ୍ତନ ଓ ବର୍ତ୍ତମାନ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବିଶିଷ୍ଟ ପୁରାତନ ଛାତ୍ର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ l ସଭା କାର୍ଯ୍ୟ ପରେ ୧୯୮୫ ମସିହାର ଛାତ୍ର ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ‘ଅନ୍ୱେଷଣ’ ସଂସ୍ଥା ଦ୍ଵାରା ଆଯୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ବର୍ତ୍ତମାନ ସ୍କୁଲ ପିଲାଙ୍କ ଦ୍ଵାରା ‘ଡାକ ମୁନସୀ’ ନାଟକ ପରିବେଷଣ ହୋଇଥିଲା ଏବଂ ତାପରେ ପ୍ରାକ୍ତନ ଛାତ୍ର ମାନେ ନିଜେ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମକୁ ଅମର କୁମାର ଦାସ, କାର୍ତିକ ସାହୁ, ଲିଙ୍ଗରାଜ ସେଠି, ରାଜୀବ ମହାପାତ୍ର, ଦିଲୀପ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରାକ୍ତନ ଛାତ୍ର ସଂଘର ଉପସଭାପତି ତଥା ଆଇନଜୀବୀ ଶିଳା ଭଦ୍ର ଶାସ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ସମ୍ମିଳନୀ ପ୍ରତ୍ୟେକ ବର୍ଷ ହେବ ବୋଲି କହିଥିଲେ l

Leave A Reply

Your email address will not be published.