ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ ଶିବିର

ମାଲକାନଗିରି, ୧୫/୨/୨୪: ମାଲକାନଗିରି ଜିଲ୍ଲାରେ ୨୦୨୪ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର(ଏଏଲଏମଟି)ମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସଚିନ ପାୱାର ସମସ୍ତ ଏଏଲଏମଟିକୁ ସଠିକ୍ ଭାବେ ପ୍ରଶିକ୍ଷଣ ନେବା ସହ ନିର୍ବାଚନ କିମିଶନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଆଦର୍ଶ ଆଚରଣ ବିଧି, ଇଭିଏମ ମେସିନ ପରିଚାଳନା, ପୋଲିଂ ଅଧିକାରୀଙ୍କ କର୍ତ୍ତବ୍ୟ, ଭଲ୍‌ନରେବିଲିଟି ମ୍ୟାପିଙ୍ଗ୍ ବା ବିପଦଶଙ୍କୁଳ ବୁଥ୍ ଚିହ୍ନଟିକରଣ ଉପରେ ପିପିଟି ଯୋଗେ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ନିର୍ବାଚନ ସମ୍ପର୍କିତ ସମସ୍ତ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ବେଦବର ପ୍ରଧାନ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତ୍ରିନାଥ ମାଝୀ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ସୂଚନା ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଡେପୁଟି କଲେକ୍ଟର (ନିର୍ବାଚନ) ଅଶୋକ ଚକ୍ରବର୍ତ୍ତୀ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଏଏଲଏମଟି ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.