ମାଲକାନଗିରି ଜିଲ୍ଲାର ଦୁଇଟି ସ୍ଥାନରେ ଆମ ହସ୍ପିଟାଲ ଉଦଘାଟିତ

ମାଲକାନଗିରି ତା. ୧୭.୦୨.୨୦୨୪: ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ସେବାରେ ଆଗୁଆ ଥିଲା ବେଲେ ରାଜ୍ୟ ସରକାର ଏହି ହସ୍ପିଟାଲର ରୋଗୀସେବା, ପରିବେଶ, ଏବଂ ଡାକ୍ତର କର୍ମଚାରୀଙ୍କ ନିଷ୍ଟାପର କର୍ତବ୍ୟର ପ୍ରଶଂସା କରି ଗତ ଦୁଇଦିନ ପୂର୍ୱେ ପୁରସ୍କୃତ କରିଥିଲୋ ଆଜି ମାଲକାନଗିରି ସଦର ମହୁକମା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ଭାବେ ନିର୍ମାଣ ଏବଂ ଆଧୁନିକ ସାଜସଜ୍ଜାରେ ଭରପୁର ଥିବା ଆମ ହସ୍ପିଟାଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ସେହିପରି ମାଥିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ନୂତନ ଆମ ହସ୍ପିଟାଲ ଉଦଘାଟନ କରିଛନ୍ତି । ଏହି ଦୁଇଟି ହସ୍ପିଟାଲରେ ଅତ୍ୟାଧୁନିକ ସେବା ସହ ରୋଗୀମାନଙ୍କ ପାଇଁ ରହିବା, ମାଗଣା ଚିକିତ୍ସା ଏବଂ ଔଷଧ ବିତରଣର ସମସ୍ତ ସୁବିଧା ରହିଥିବାର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତିା ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକାମି, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆଙ୍କ ସହ ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମାଲକାନଗିରି ବିଡିଓ ସୁଶ୍ରୀ ପ୍ରଭାତୀ ଝୋଡିଆ ପରିଚାଳନା କରିଥିଲେ ।

Leave A Reply

Your email address will not be published.