ପ୍ରସ୍ତାବିତ ଡାଲମିଆଁ ଓ ଆଦାନୀ ସିମେଣ୍ଟ କମ୍ପାନୀକୁ ବିରୋଧ କରି ଆଦିବାସୀଙ୍କ ବିରାଟ ମେଳି

ମାଲକାନଗିରି: ପ୍ରସ୍ତାବିତ ମାଲକାନଗିରି ବ୍ଲକ ଅନ୍ତର୍ଗତ କତା ମାଟେରୁ ଠାରେ ଡାଲମିଆଁ ସିମେଣ୍ଟ କମ୍ପାନୀ ଓ ପଡିଆ ବ୍ଲକର ଉଷ୍କ।ଲବାଗ ଠାରେ ଆଦାନୀ କମ୍ପାନୀକୁ ହଟାଇବା ନେଇ ଆଜି ନିଳିଗୁଡ଼ା ଗ୍ରାମ ଖେଳ ପଡିଆ ଠାରେ ଏକ ଆଦିବାସୀଙ୍କ ଏକ ବିରାଟ ମେଳି ହୋଇଥିଲା। ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ସହିଦ ତାମା ଦୋରା ଜୋନ ଉଷ୍କ।ଲବାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳ ମାଟେରୁ, ନିଳିଗୁଡା, କତା ମାଟରୁ, ନାମ କଣ୍ଡା ,ଉଷ୍କ।ଲବାଗ ଗ୍ରାମର ଶତାଧିକ ଆଦିବାସୀ ମହିଳା, ପୁରୁଷ, ଯୁବକ ମାନେ ଏକାଠି ହୋଇ ଆଦିବାସୀ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ଏହି ଦୁଇ କମ୍ପାନୀକୁ ବିରୋଧ କରିଥିଲେ । ପରେ ନିଳିଗୁଡା ଠାରେ ଏକ ଆଦିବାସୀଙ୍କ ଏକ ମେଳି ସହ ଏକ ବୈଠକ ଅନୁଷ୍ଟିତ ହୋଇଥିବାର ସୂଚନା ରହିଛି। ହାତରେ ପୋଷ୍ଟର, ବ୍ୟାନରରେ ଦୁଇ କମ୍ପାନୀ କୁ ହଟାଇବା ପାଇଁ ଉଲ୍ଲେଖ ରହିଛି।

Leave A Reply

Your email address will not be published.