ଛତିଶଗଡରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୯।୨: ଛତିଶଗଡର ବୀଜାପୁରରେ ୮ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ପୋଲିସ ନିକଟରେ ଆଜି ୮ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀ ମାନେ ହେଲେ ମିଲିସିଆ ସେକ୍ସନ କମାଣ୍ଡର ସୁକ୍କୁ ପୁନେମ, ଭୁମକାଲ ମିଲିସିଆ ଡେପୁଟି କମାଣ୍ଡର ଜୋଗା ପୁନେମ, ମିଲିସିଆ କମାଣ୍ଡର ଭୀମା ମାଡଭି, ମାଓ ସଦସ୍ୟ ବୁଦ୍ଧମା ପୁନେମ, ଜନ୍ତାନା ସଦସ୍ୟ କୁମ୍ମା ପୋଟମ୍, ସଦସ୍ୟ ସୁକ୍କୁ ଟାମୋ, ବୁଦ୍ଧ୍ରମ କାଦୀ, ସଦସ୍ୟ ସୁଖ୍ରମ ପୁଣେମ । ୮ ମାଓବାଦୀଙ୍କ ଆତ୍ମସମର୍ପଣ ସମସ୍ୟାରେ ପୋଲିସ ଅଧୀକ୍ଷକ ବିଜୁପୁର ଡକ୍ଟର ଜିତେନ୍ଦ୍ର କୁମାର ଯାଦବ, ଦ୍ୱିତୀୟ କମାଣ୍ଡିଂ ଅଫିସର କମାଣ୍ଡାଣ୍ଟ ରିତେଶ କୁମାର, ଡେପୁଟି ପୋଲିସ୍ ଅଧୀକ୍ଷକ ସୁଦୀପ ସାରକ ପ୍ରମୁଖ ଉପସ୍ଥିତ ଥିଲେ । ଅନେକ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରୁଥିବା ବେଳେ ଏମାନେ ବହୁ ବଡ ବଡ ହିଂସାକାଣ୍ଡରେ ଜଡିତ ଥିଲେ । ତେବେ ମାଓ ସଂଗଠନ ନିଜର ପୂର୍ବ ନୀତି ଆଦର୍ଶରୁ ଓହରି ଯାଇଥିବା ସହ ଦୁର୍ବଳ ହେଉଥିବା ବେଳେ ସରକାରଙ୍କ ଏଟିଏମସମର୍ପଣ ନୀତିରେ ଏମାନେ ପ୍ରଭାବିତ ହୋଇ ସାଧାରଣ ଜୀବନ ଜାପାନ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା କହିଛନ୍ତି ।

Leave A Reply

Your email address will not be published.