ରାଜ୍ୟସ୍ତରରେ ପୁରସ୍କୃତ ହେଲା ଯୁବ ମାତ୍ସ୍ୟ ଚାଷୀ ଚକ୍ରଧର ପଟ୍ଟନାୟକ

ମାଲକାନଗିରି,୧୯।୨: ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ମତ୍ସ୍ୟ ପ୍ରାଣୀ ସମାବେଶ ୨୦୨୪ରେ ମାଲକାନଗିରି ଜିଲ୍ଲାର ଯୁବ ମାତ୍ସ୍ୟ ଚାଷୀ ଚକ୍ରଧର ପଟ୍ଟନାୟକ ପୁରସ୍କୃତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ରୋଜଗାରର ବିଶେଷ ପନ୍ଥା ନଥିବା ବେଳେ ଚକ୍ରଧର ସମନ୍ଵିତ ଚାଷ ଆରମ୍ଭ କରିଥିଲେ । ଏଥିରେ ସେ ମାଛ ଚାଷ ଉପରେ ବିଶେଷ ଗୁରୁତ୍ଵ ଦେଇଥିବା ବେଳେ ବେସ ସଫଳ ମଧ୍ୟ ହୋଇଥିଲେ । ଯାହାକୁ ନେଇ ସେ ଜିଲ୍ଲାରେ ପୂର୍ବରୁ ଅନେକ ଥର ପୁରସ୍କୃତ ହୋଇଥିବା ବେଳେ ଅନ୍ୟ ମାନଙ୍କ ପାଇଁ ପାଲଟିଥିଲେ ଉଦାହରଣ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଚକ୍ରଧର ସରକାରୀ ସହାୟତା ଓ ଆର୍ଥିକ ସୁବିଧା ପାଇ ପ୍ରାୟ ୫ ଏକର ଜାଗାରରେ ଏହି ଚାଷ କରି ବେସ ଲାଭବାନ ହୋଇଥିବା ବେଳେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଦୁଇଦିନ ପୂର୍ବେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ମତ୍ସ୍ୟ ପ୍ରାଣୀ ସମାବେଶ ୨୦୨୪ରେ ଉତ୍ତମ ମତ୍ସ୍ୟ ଚାଷୀ ଭାବେ ପୁରସ୍କୃତ କରାଯାଇଛି । ତେବେ ଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟ ହୋଇଥିବା ବେଳେ ତାଙ୍କୁ ମଧ୍ୟ ଏହା ଆଗକୁ ବଢିବ ପାଇଁ ବିଶେଷ ପ୍ରେରଣା ଦେବ ବୋଲି ଚକ୍ରଧର ପ୍ରକାଶ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ସହଯୋଗ ଓ ଜିଲ୍ଲା ମତ୍ସ୍ୟ ବିଭାଗର ସହାୟତାରେ ସେ ଏହି କୃତିତ୍ଵ ହାସଲ କରିଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ମତ୍ସ୍ୟ ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତେବେ ଚକ୍ରଧରଙ୍କ ଏପରି ସଫଳତାକୁ ସାଧାରଣରେ ମଧ୍ୟ ବେସ ପ୍ରଶଂସା କରାଯାଇଛି, ତାଙ୍କର ଏହିପରି ପ୍ରୟାସ ଅନ୍ୟମାନଙ୍କୁ ମଧ୍ୟ ନୂଆ ରାହା ଦେଖାଇବା ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

Leave A Reply

Your email address will not be published.