ପୋକ ଲାଗି ନଷ୍ଟ ହେଉଛି ବାଦାମ ଚାଷ, ଚିନ୍ତାରେ ଚାଷୀ କୁଳ: ଆନ୍ଦୋଳନରେ ଗ୍ରାମ୍ୟ କୃଷି କର୍ମଚାରୀ

ମାଲକାନଗିରି, ୨୧।୨: ମାଲକାନଗିରି ଜିଲ୍ଲାରେ ବାଦାମ ଚାଷ ଭଲ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ବାଦାମ ଚାଷ କରି ଚାଷୀ ଚିନ୍ତାରେ ପଡି ଯାଇଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ଗ୍ରାମ ପଞ୍ଚାୟତର ଚାଷୀମାନେ ୫ ଶହ ଏକରରୁ ଅଧିକ ଜମିରେ ଚିନାବାଦାମ ଚାଷ କରିଛନ୍ତି । ସେଥିରୁ ସେମାନଙ୍କ ଭଲ ଉପାର୍ଜନ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ ସେମାନଙ୍କ ଚିନାବାଦାମ ଫସଲରେ ଅଜଣା ପୋକୋ ଲାଗିଥିବାରୁ ଗଛ ଗୁଡିକ ହଳଦିଆ ହେବା ସହ ଗଛ ମୂଳରେ ବାଦାମ ଆସିବା ପୂର୍ବରୁ ଫସଲ ନଷ୍ଟ ହେବାରେ ଲାଗିଥିବା ଚାଷୀ ପ୍ରକାଶ କରିଛନ୍ତି । ତେବେ ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀମାନେ ବାହାର ଦୋକାନରୁ କୀଟନାଶକ ଔଷଧ ଆଣି ସିଞ୍ଚନ କରୁଥିଲେ ମଧ୍ୟ କୀଟ ଦମନ ହେବାର କୌଣସି ଆଭାସ ମିଳୁନାହିଁ । ଏଣୁ ଚାଷୀ ମାନେ ଉପାୟ ଶୂନ୍ୟ ହୋଇ ଗ୍ରାମ୍ୟ କୃଷୀ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଛୁଟିରେ ରହି ଆନ୍ଦୋଳନରେ ଯୋଗ ଦେଇଥିବା କହି ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଋଣ କରି ଚାଷୀ ଚଷ କରୁଥିବା ବେଳେ ବର୍ତ୍ତମାନ କିଭଳି ଏହା ସୁଝିବେ ବୋଲି ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଗ୍ରାମ୍ୟ କୃଷି କର୍ମଚାରୀ ମାନେ କହିଛନ୍ତି ଯେ, ଦୀର୍ଘ ଦିନ ହେବ ସେମାନେ ୭ଦଫା ଦାବିକୁ ନେଇ ଆନ୍ଦୋଳନ ଦେଇଥିବାରୁ ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ନଶୁଣିଛନ୍ତି ସେମାନେ ଏମିତି ଧାରଣାରେ ବସି ରହିବେ ଓ କୌଣସି ପଦକ୍ଷେପ ନେଇ ପାରିବେ ନାହି ବୋଲି କହିବା ସହ ଚାଷୀଙ୍କ ସମସ୍ୟାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.