ସହୀଦ୍ ନରସିଂ ଡମ୍ ସମାଜ ତରଫରୁ ଆଦିବାସୀ ମାନ୍ୟତା ନିମନ୍ତେ ସାଂସଦଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି, ୨୫।୨: ମାଲକାନଗିରି ଜିଲ୍ଲା ସହିଦ ନର୍ସିଙ୍ଗ ଡମ୍ ସମାଜ ତରଫରୁ ଆଦିବାସୀ ମାନ୍ୟତା ଦାବି ନେଇ ସମାଜ ସଭାପତି ବଳରାମ ଅନୁଗୁଳିଆଙ୍କ ନେତୃତ୍ୱରେ ୧୦୦ରୁ ଊର୍ଦ୍ଧ୍ଵ ଡମ୍ ସମାଜର କର୍ମକର୍ତା ବାଲିମେଳା ଠାରେ ନବରଙ୍ଗପୁର ସଂସାଦ ରମେଶ ଚନ୍ଦ୍ର ମାଝୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ସାଂସଦ ଶ୍ରୀ ମାଝୀ ଦାବି ପତ୍ର ଗ୍ରହଣ କରିବା ପୂର୍ବରୁ ଡମ୍ କେଉଁ ଆଧାରରେ ଆଦିବାସୀ ମାନ୍ୟତା ପାଇବେ ବୋଲି ଓ ଏନେଇ ତଥ୍ୟ ପ୍ରମାଣ ବାବଦରେ ପ୍ରଶ୍ନ କରିଥିଲେ l ସାଂସଦଙ୍କ ପ୍ରଶ୍ନର ଉତ୍ତର ଡମ୍ ସମାଜର ବରିଷ୍ଟ କର୍ମକର୍ତା ମାନେ ସ୍ପଷ୍ଟ ଭାବରେ ସାଂସଦଙ୍କୁ ଅବଗତ କରାଇଥିଲେ ଯେ, ୧୯୪୧ ମସିହା ଜନଜାତି ଜନଗଣନା ଅନୁଯାଇ ତତ୍କାଳୀନ କୋରାପୁଟ ଜିଲ୍ଲା ଡମ୍ ଜନଜାତିର ଜନସଂଖ୍ୟ ୧୦୩୩୮୮ ରହିଥିଲା l ତତ୍କାଳୀନ କୋରାପୁଟ ଜିଲ୍ଲାର ୧୩ ଗୋଟି ଜନଜାତିଙ୍କ ତାଲିକା ମଧ୍ୟରୁ ଡମ୍ ଜନଜାତି ତୃତୀୟ ସ୍ଥାନରେ ରହିଥିଲେ, କିନ୍ତୁ ୧୯୫୦ ରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ତାଲିକା ସମୟରେ ଡମ୍ ଜନଜାତିକୁ ଜନଜାତି ତାଲିକାରୁ ବାଦ ଦିଆଯାଇଛି l ଫଳରେ ଡ଼ମ ଜନଜାତି ସାମାଜିକ, ଅର୍ଥନୀତିକ ଶିକ୍ଷା ତଥା ନିଜର ମୂଳ ଜାତି ଜନଜାତିରୁ ବଞ୍ଚିତ ରହି ସାମ୍ବିଧାନିକ ହକ ଅଧିକାରରୁ ବଞ୍ଚିତ ରହି ଆସୁଛନ୍ତି l ଏହାସହ ୧୯୩୧ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ତତ୍କାଳୀନ କୋରାପୁଟ ଜିଲ୍ଲାର ପ୍ରଥମ ପ୍ରଶାସକ ୧୯୪୫ ସରକାରୀ ସଂସ୍କରଣରେ ପେଜ ନମ୍ବର ୬୩, ୭୯, ୮୧, ୮୫, ୧୨୦, ୧୪୯ ରେ ଡମ୍ ଜନଜାତିଙ୍କ ବାବଦରେ ଉଲେଖ କରି ସରକାରୀ ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି l ତଥାପି ଡମ୍ ଜାତି ଜନଜାତି ଆଦିବାସୀ ମାନ୍ୟତରୁ ବାଦ ପଡିଛି l ଏଣୁ ଡମ୍ ଜାତିକୁ ତାର ପୂର୍ବ ଅଧିକାର ଯାହାକି ଜନଜାତିର ମାନ୍ୟତା ପ୍ରଦାନ କରାଯାଉ ବୋଲି ଡମ୍ କର୍ମକର୍ତା ମାନେ ସାଂସଦ ଶ୍ରୀ ମାଝୀଙ୍କୁ ଅବଗତ କରାଇଥିଲେ l ସମସ୍ତ ତଥ୍ୟ ଏବଂ ଦସ୍ତାବିଜ ଦେଖି ବୁଝିବା ପରେ ସାଂସଦ ଏଥିନେଇ ପଦକ୍ଷେପ ନେବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି l ଏଣୁ ସହିଦ ନର୍ସିଙ୍ଗ ଡମ୍ ସମାଜର କୋର କମିଟି ସଦସ୍ୟ ସଭାପତି ବଳରାମ ଅନୁଗୁଳିଆ, ସନ୍ତୋଷ ନାଗ, ରାଜେନ୍ଦ୍ର କୁଲଦୀପ, ମଙ୍ଗଳା ପାଙ୍ଗି, ବସନ୍ତ ନାୟକ, କୋଟେଶ୍ୱର ପୋଟଲା, ଶଙ୍କର କ୍ଷିତି, ଅନୁପ ସୁନାନୀ, ସଦାନନ୍ଦ ଖରା, ମଦନ ଖୋସଲା, ଡାନିଏଲ ପଟଲା ସମେତ ଡମ୍ ସମାଜର କର୍ମକର୍ତା ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

Leave A Reply

Your email address will not be published.