ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ୨୫।୨: ନିର୍ବାଚନ ଋତୁ ପାଖାଉଥିବା ବେଳେ ସବୁ ରାଜନୈତିକ ଦଳ ସକ୍ରିୟ ହେବା ସହ ଲୋକଙ୍କ ନିକଟତର ହେବା ପାଇଁ ପ୍ରୟାସ ଆରମ୍ଭ କରିଛି। ତେବେ ଏହି କ୍ରମରେ ବିଜୁ ଜନତା ଦଳ କିନ୍ତୁ କିଛି ଅଲଗା ରଣନୀତି ଆପଣେଇବା ସହ ଲୋକଙ୍କୁ ନିଜ ଦ୍ଵାରା କରାଯାଇଥିବା ଜନ ହିତକର କାର୍ଯ୍ୟ ବିଷୟରେ ଅବଗତ କରାଇବା ସହ ଘରେ ଘରେ ଶଙ୍ଖ ନାରା ନେଇ ଆରମ୍ଭ କରାଯାଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଯାହାକୁ କି ଲୋକେ ବେସ ପସନ୍ଦ କରୁଛନ୍ତି। ଏହି ଆଧାରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ଜିଲ୍ଲା ସଦର ବ୍ଲକର ତଣ୍ଡାପିଲି ଓ ଗୋରାଖୁଣ୍ଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମ, ଏମଭି୧୪ ଗ୍ରାମ ସ୍ଥିତ ହରି ମନ୍ଦିର ପ୍ରାଙ୍ଗଣରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ଯୋଗଦାନ କରି ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଦେବା ସହ ଉପସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ କିଭଳି ଭାବେ ଅଧିକ ସୁଦୃଢ କରିହେବ ଏବଂ ବିଜୁ ଜନତା ଦଳକୁ ବିପୁଳ ଭୋଟରେ ବିଜୟ କରିବା ପାଇଁ କର୍ମକର୍ତ୍ତାଙ୍କ ମନୋବଳ ବଢାଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜୋନ୍ ସଂଯୋଜକ ତଥା ବିଜେଡି ଜିଲ୍ଲା ଉପଦେଷ୍ଟା ପ୍ରଫୁଲ କୁମାର ପଣ୍ଡା, ଜ଼ିଲ୍ଲା ଉପସଭାପତି ଗଣେଶ ମଣ୍ଡଲ, ଶିଖପାଲି ଜୋନ୍ ଜିଲ୍ଲା ପରିଷଦ ମୁକା ମାଡକାମି, ପଞ୍ଚାୟତ ସଭାପତି ମୋହନ ବର୍ମନ, ସନା ପଡିଆମିଙ୍କ ସହି ବିଜୁ ଜନତା ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.