କୃଷି ଓ କୃଷକଙ୍କ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା: ବିଜେଡ଼ି

ମିଲେଟ ଉତ୍ପାଦନ କରି ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ
ଓଡ଼ିଶାକୁ ମିଳିଛି ପାଞ୍ଚ ଥର କୃଷି କର୍ମଣ ପୁରସ୍କାର
ଧାନ ଅଭାବୀ ରାଜ୍ୟରୁ ଏବେ ଧାନ ବଳକା ରାଜ୍ୟ ଓଡ଼ିଶା
ଭୁବନେଶ୍ୱର, ୨୭/୦୨/୨୦୨୪: ଓଡ଼ିଶାର ବାର୍ଷିକ ଖାଦ୍ୟ ଶସ୍ୟ ଉପ୍ତାଦନ ୨୪୧.୩୬ ଲକ୍ଷ ଟନରେ ପହଂଚିଛି, ଯାହା ୨୦୦୦-୨୦୦୧ ମସିହାରେ ମାତ୍ର ୫୫.୩୫ ଲକ୍ଷ ଟନ ଥିଲା। ଯାହା ଫଳରେ ଓଡିଶା ଏକ ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି ବୋଲି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆକୁ ଧାନ ଯୋଗାଇବା ତାଲିକାରେ ଓଡିଶା ଆଜି ଚତୁର୍ଥ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇପାରିଛି । ୨୦୦୦ ମସିହାରେ ଓଡ଼ିଶାରେ ଧାନ ଉତ୍ପାଦନ କ୍ଷମତା ୧୦୪୧ ପ୍ରତି ହେକ୍ଟର ହୋଇଥିବା ବେଳେ ଏହା ୨୯୩୬ ଟନକୁ ବୃଦ୍ଧି ପାଇଛି । ସେହିପରି ପନିପରିବା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ୨୦୦୦-୨୦୦୧ ମସିହାରେ ରାଜ୍ୟରେ ୩୩.୩୭ ଲକ୍ଷ ଟନ ପନିପରିବା ଚାଷ ହେଉଥିବା ବେଳେ ଏହା ୯୮.୫୨ ଲକ୍ଷ୍ୟକୁ ବୃଦ୍ଧି ପାଇଛି ।

କୃଷି ଯାନ୍ତ୍ରୀକିକରଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ଅଗ୍ରଗତି ହୋଇଛି। ୨୦୨୩ ମସିହାରେ ରାଜ୍ୟର ଟ୍ରାକ୍ଟର ବିକ୍ରି ବୃଦ୍ଧି ପାଇଛି । ଓଡ଼ିଶାର କୃଷି ଯନ୍ତ୍ରାଂଶ ଉପଲବ୍ଧି କ୍ଷମତା ମଧ୍ୟ ୨୦୦୦-୦୧ ମସିହାରେ ଥିବା ୦.୬୧ kW ରୁ ୨.୨୩ kWକୁ ବୃଦ୍ଧି ପାଇଛି । ଏହାକୁ ୨.୨୫ kW ପର୍ଯ୍ୟନ୍ତ, ଆସନ୍ତା ୨ ବର୍ଷ ମଧ୍ୟରେ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ହାସଲ ପାଇଁ ସବଡିଭିଜନ ସ୍ତରରେ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ କରିବା ପାଇଁ ଯୋଜନା କରାଯାଇଛି।

୨୦୧୭-୧୮ ମସିହାରେ ମିଲେଟ ଚାଷକୁ ଆନ୍ତର୍ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ସଫଳ ରୂପାୟନ ମାଧ୍ୟମରେ ଖୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର, ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଚାଷୀ ମାନଙ୍କର ଉନ୍ନତି ହୋଇପାରିଛି । ଏହି କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ ବ୍ଳକରେ କାର୍ଯ୍ୟକାରୀ ହୋଇ ପ୍ରାୟ ୬.୦୩ ଲକ୍ଷ ମିଲେଟ ଉତ୍ପାଦନ ହୋଇଛି, ଯାହା ମିଲେଟ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି କରିବାରେ ସକ୍ଷମ ହୋଇଛି । ଓଡ଼ିଶାର ଏହି ଉଦ୍ୟମକୁ ନୀତି ଆୟୋଗ, ୟୁନାଇଟେଡ଼ ନେସନ ଓ FAO ଭଳି ସଂସ୍ଥାମାନେ ପ୍ରଶଂସା କରିଛନ୍ତି।

କୃଷି କ୍ଷେତ୍ରରେ ଉପଲବ୍ଧି ପାଇଁ, ଓଡିଶାକୁ ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ମିଳିଛି । ତା ଛଡା, ଶ୍ରେଷ୍ଠ ମିଲେଟ ଉତ୍ପାଦନ ରାଜ୍ୟ ଭାବେ ମଧ୍ୟ ଓଡିଶା ପୁରସ୍କୃତ ହୋଇଛି । ସେହିପରି, ଓଡିଶା କାଜୁ ଡେଭଲପମେଣ୍ଟ କର୍ପୋରେସନ ମଧ୍ୟ ଶ୍ରେଷ୍ଠ ନର୍ସରି ପୁରସ୍କାର ହାସଲ କରିଛି ବୋଲି ଡଃ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.