ମାଲକାନଗିରି ଥାନା ପୁଲିସ ପାଟ୍ରୋଲିଂ ସମୟରେ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ଓ ଜଣେ ଗିରଫ

ମାଲକାନଗିରି, ୨୭/୨: ମାଲକାନଗିରି ଥାନା ପୁଲିସକୁ ମିଳିଛି ସଫଳତା, ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରିବା ସହିତ ତା ନିକଟରୁ ୪୫କେଜି ଗଞ୍ଜେଇ ପୁଲିସ ଜବତ କରିଛି । ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନିର୍ଦ୍ଧେଶ କ୍ରମେ ସବଇନିସପେକ୍ଟର ଏସ ଭୋଇଙ୍କ ନେତୃତ୍ବରେ ପୁଲିସ ଟିମ ଚାଲାଣଗୁଡା ପଞ୍ଚାୟତସ୍ଥ ରେଙ୍ଗାବନ୍ଧ ନିକଟ ମାଲକାନଗିରି ଛତିଶଗଡ଼ ସୀମାନ୍ତ ରାସ୍ତାରେ ରାତ୍ର ପାଟ୍ରୋଲିଂ କରୁଥିବା ବେଳେ ରାସ୍ତାରେ ଜଣେ ବ୍ୟକ୍ତି ସନ୍ଦେହଜନ ଭାବେ ତିନୋଟି ଅଖାବସ୍ତା ଧରି ଛିଡା ହୋଇଥିଲେ। ପୁଲିସକୁ ଦେଖି ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲେ। ବସ୍ତା ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବାର ଦେଖି ସେ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇ ପଚରାଉଚରା କରିବାରୁ ଜଣା ପଡ଼ିଥିଲା ଯେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତସ୍ଥ ବାଙ୍ଗୁଟିଗୁଡା ଗ୍ରାମର ଶତ୍ରୁଘନ ବେଞ୍ଚମୀ ଛତିଶଗଡ଼ ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ କରିବା ପାଇଁ ଗାଡି ଆସିବାକୁ ଜଗିଥିଲେ। ପୁଲିସ ଗଞ୍ଜେଇ ଜବତ କରି ଶତ୍ରୁଘନଙ୍କୁ ଗିରଫ କରିଥିଲେ। ଗଞ୍ଜେଇ ଓଜନ କରିବାରୁ ୪୨ କେଜି ଥିଲା, ଗଞ୍ଜେଇର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ, ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ୩୫୦ ଟଙ୍କା ପୁଲିସ ଜବତ କରିଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି।

Leave A Reply

Your email address will not be published.