ମାଲକାନଗିରି ତା ୦୪/୦୩/୨୦୨୪: ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ଶାଖା ତରଫରୁ ମାଲକାନଗିରି ଜିଲ୍ଲାରେ ୧୨୫୨ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ପ୍ୟାକେଟ ଛଅ ମାସ ପର୍ଯ୍ୟନ୍ତ ବଣ୍ଟନ କରାଯାଉଛି l ଆଜି ରକ୍ତ ଭଣ୍ଡାର ପ୍ରାଙ୍ଗଣରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ସୋସାଇଟିର ଅଧ୍ୟକ୍ଷ ଶ୍ରୀ ସଚିନ ପ୍ରକାଶ ପାୱାର ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଛନ୍ତି l ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ଯୋଗଦାନ କରି ମାଲକାନଗିରି ଜିଲ୍ଲାରେ କିପରି ଯକ୍ଷ୍ମା ରୋଗର ନିରାକରଣ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ l ସ୍ୱତନ୍ତ୍ର ଅତିଥି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଜିଲ୍ଲା ରେଡ଼କ୍ରସର କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଯକ୍ଷ୍ମା ରୋଗ ଅଧିକାରୀ ଡାକ୍ତର ଧନେଶ୍ୱର ମହାପାତ୍ର ସଭାପତିତ୍ୱ କରି ଯକ୍ଷ୍ମା ରୋଗୀଙ୍କର କିପରି ସୁଷମ ଖାଦ୍ୟ ଖାଇ କିପରି ସୁସ୍ଥ ମଣିଷ ହୋଇ ପାରିବେ ତାହା ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଆୟୋଜନ କରିଥିବା ସହିତ ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବାବୁଜି ଖରା ପ୍ରତ୍ୟକ୍ଷ ସହଯୋଗ କରିଥିଲେ ଓ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତରେ ସାମିଲ ହୋଇଥିବା ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ୬୫୦ ଟଙ୍କା ରେ ମୁଗଡାଲି ୨କେଜି,ବୁଟ ଡାଲି ୫୦୦ଗ୍ରାମ, ସୋୟାବିନ ୨ପ୍ୟାକେଟ, ଅମୁଲ ସ୍ପ୍ରେ ୨୦୦ଗ୍ରାମ,ଖାଇବା ତେଲ ୫୦୦ଗ୍ରାମ ଦିଆଯାଏ ବୋଲି ସୂଚିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସାତଗୋଟି ବ୍ଲକର ଯକ୍ଷ୍ମା କକ୍ଷ ମାଧ୍ୟମରେ ଖାଦ୍ୟ ପ୍ୟାକେଟଟି ବଣ୍ଟନ କରାଯାଉଅଛି l ଉକ୍ତ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗୀ ମାନଙ୍କ ମଧ୍ୟରୁ ପଦଲାମ ମୁଦୁଲି,ନରସିଂହ ମୁଦୁଲି, ଭାବା ନାଗ ଓ ଜୟରାମ ନାଗ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ଠାରୁ ଖାଦ୍ୟ ପ୍ୟାକେଟ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମର ଜିଲ୍ଲା ଯକ୍ଷ୍ମା ନିରାକରଣ ପ୍ରକଳ୍ପରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ପିରାମଲ ସ୍ୱାସ୍ଥ୍ୟ ସଂସ୍ଥା କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post