xmas

ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ

ମାଲକାନଗିରିରୁ ଆରମ୍ଭ ଜିଲ୍ଲା ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣର ଶୁଭାରମ୍ଭ
ମାଲକାନଗିରି: ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ଓ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହେଲା ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କରାଯାଇଥିଲା । ୫-ଟି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଭି କେ ପାଣ୍ଡିଆନ ମାଲକାନଗିରି ଗସ୍ତରେ ଆସି ନୂଆ ଓ ଛାତ୍ର ବୃତ୍ତି ଆର୍ଥିକ ସହାୟତା ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରିଥିଲେ। ମାଲକାନଗିରି ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ୫-ଟି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଭି କେ ପାଣ୍ଡିଆନ ଯୋଗ ଦେଇ ପଞ୍ଚାୟତ ଦିବସ ପାଳନ ଅବସରରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡର ଡିଜିଟାଲ ପଞ୍ଜିକରଣ ଆଜି ଠାରୁ ଶୁଭାରମ୍ଭ କରାଯାଇଥିଲା । ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଏହି ଯୋଜନାରେ ଉଭୟ ସ୍ନାତକ ଓ ସ୍ନାତକତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ରହିବ। ଆଧାର କାର୍ଡ ଛାତ୍ର ଭଲ ପ୍ରଦର୍ଶନ କଲେ ପାଠ ପଢା,ଖେଳ, ଡିବେଟ, କୁଇଜରେ ଛାତ୍ର ଛାତ୍ରୀ ଭଲ ପ୍ରଦର୍ଶନ କଲେ ପଏଣ୍ଟ ଅନୁଯାୟୀ ସିଲ୍ଭର୍, ଗୋଲ୍ଡେନ, ଓ ପ୍ଲ।ଟିନମ କାର୍ଡ ମିଳିବ କୌଣସି କମ୍ପାନୀ ଓ ସରକାରୀ କ୍ଷେତ୍ରରେ କାମରେ ଆସିବ। ଶ୍ରୀ ପାଣ୍ଡିଆନ ଛାତ୍ର ଛାତ୍ରୀଙ୍କୁ ମ୍ୟାଜିକ କାର୍ଡ ସଂପର୍କରେ ବୁଝାଇଥିଲେ । ଜୀବନର ସଫଳତା ସଂପର୍କରେ ଆଲୋଚନା କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ିବାରେ ଆର୍ଥିକ ସହାୟତା ହେବା ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୫୦୭୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ଏଥି ମଧ୍ୟରୁ ୨୫୯୪ ଜଣ ଛାତ୍ର ଓ ୨୪୭୫ ଜଣ ଛାତ୍ରୀଙ୍କୁ ବୃତ୍ତି ସହାୟତା ରାଶି ୫-ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ସଚିନ ପ୍ରକାଶ ପାୱାର, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଏ ପି ଡି ମାନସ କୁମାର ମିଶ୍ର, ବିଡିଓ ସୁଶ୍ରୀ ପ୍ରଭାତୀ ଝୋଡିଆ, ଅଧ୍ୟାପକ ରଂଜନ କୁମାର ସ୍ବାଇଁ ଏବଂ ଜିଲ୍ଲାର ସମସ୍ତ ପଦାଧିକାରୀ, ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ ।

Leave A Reply

Your email address will not be published.