ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ

କଂଗ୍ରେସ ଟିକେଟରେ ପ୍ରସାଦ ହରିଚନ୍ଦନ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଭୁବନେଶ୍ୱର: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଇଛି ଏଆଇସିସି। ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି।

ପ୍ରସାଦ ହରିଚନ୍ଦନ ମିଡିଆ ସହିତ ସମନ୍ୱୟ ଓ ଯୋଗାଯୋଗ, ସୋଶାଲ ମିଡିଆ, ୱାର୍ ରୁମ୍, ପ୍ରଗମନ ଓ ରାଜନୀତିକ କାର୍ଯ୍ୟକ୍ରମ କଥା ବୁଝାବୁଝି କରିବେ।

କଂଗ୍ରେସ ଟିକେଟରେ ପ୍ରସାଦ ହରିଚନ୍ଦନ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁରୀ ସତ୍ୟବାଦୀ ବିଧାନସଭା ଆସନରୁ ସେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.