ମାଲକାନଗିରି: ମାଲକାନଗିରି ବ୍ଲକ କାର୍ଯ୍ୟଳୟ ପରିସରରେ ଆଜି ମିଶନ ଶକ୍ତି କାଫେର ଉଦଘାଟନ କଲେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶମାରୀ ତାଙ୍ଗୁଲ ଓ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ । ମାଲକାନଗିରି ବ୍ଲକରେ ରହୁଥିବା ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ମିଶନ ଶକ୍ତି ମାଧ୍ୟମରେ ଅନେକ ମହିଳା ବର୍ତ୍ତମାନ ସ୍ଵାବଲମ୍ବୀ ହୋଇ ପାରିଥିବା ବେଳେ ଆଜି ଏହି ମିଶନ ଶକ୍ତିର ଏକ ନୂତନ କାଫେର ଶୁଭାରମ୍ଭ ହୋଇଛି । ଯାହାକି ଅଞ୍ଚଳର ଆହୁରି ଅନେକ ମହିଳାଙ୍କୁ ରୋଜଗାରର ନୂଆ ରାହା ଦେଖାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୂତନ କାଫେ କରାଯାଇଥିବା ବେଳେ ଯାଜ୍ଞସିନି ନାମକ ଡିଏଲଏଫ ଗ୍ରୁପକୁ ଏହି କାଫେ ପରିଚାଳନାର ଦାଇତ୍ଵ ଦିଆଯାଇଛି । ଏହି ଗ୍ରୁପରେ ୧୧ ଜଣ ମହିଳା ସଦସ୍ୟା ରହିଥିବା ବେଳେ ସେମାନେ କାଫେରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ କାଫେରେ ସମସ୍ତ ପ୍ରକାରର ଖାଦ୍ୟ, ମାଣ୍ଡିଆରେ ତିଆରି ସାମଗ୍ରୀ ଓ ବିଭିନ୍ନ ସାମଗ୍ରୀ ବିକ୍ରୟ କରାଯିବାକୁ ଥିବା ବେଳେ ଏହି ମହିଳା ମାନେ କାଫେ ମାଧ୍ୟମରେ ନୂତନ ପରିଚୟ ପାଇବା ସହ ସ୍ଵାବଲମ୍ବୀ ହୋଇ ଖୁସି ବ୍ୟକ୍ତ କରିଛନ୍ତି । ଆଜି ଏହି କାଫେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପୋଡିଆମି, ବିଡିଓ ସୁଶ୍ରୀ ପ୍ରଭାତୀ ଝୋଡିଆ, ଓଏଲଏମ ଅଧିକାରୀ ପବିତ୍ର ମୋହନ ବାରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠି, କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ରାଉତ, କନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ତପନ କୁମାର ସାମଲ ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.