ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ଆଜି ପ୍ରବଳ ଗରମକୁ ନେଇ ପ୍ରସ୍ତୁତି ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ପାଓ୍ବାର ସଚ୍ଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଉପ ଜିଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଜରୁରୀକାଳନ ଅଧିକାରୀ ସୂର୍ଯ୍ୟନାରୟଣ ନାୟକଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ଆଗାମୀ ଦିନରେ ପ୍ରବଳ ଗରମ ହେବାକୁ ଥିବା ବେଳେ ଏଥି ନେଇ କିଭଳି ପ୍ରସ୍ତୁତ ରହିବେ, ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ମୁଖ୍ୟତଃ ଶ୍ରମିକମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଓ.ଆର.ଏସ ଓ ପାଣି ମହଜୁଦ ରଖିବା, ଜଳଛତ୍ର ଖୋଲିବା, ନଳକୁପ ମରାମତି କରିବା ସହ ଆବଶ୍ୟକ ସୁଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା, ଜଙ୍ଗଲର ନିଆଁକୁ ଆୟତ କରିବା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ପାଇଁ ସତନ୍ତ୍ର ଶୀତତାପ ନିୟନ୍ତ୍ରୀତ କଠୋରୀ ଖୋଲିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.