ଚିନ୍ତାରେ ପ୍ରଶିକ୍ଷଣପ୍ରାପ୍ତ ବ୍ୟାଙ୍କ ସଖି, ନିଦରେ ସରକାର

କଟକ: ମାକୁ ସମ୍ମାନ ଗାଁ କୁ କାମ। ରାଜ୍ୟ ସରକାରଙ୍କ ବଳ ଏସଏଚଜି ମହିଳା ଦଳ । କିନ୍ତୁ ରାଜ୍ୟରେ ମହିଳାଙ୍କ କାଟାଗୋରି ଏବେ ବଢ଼ାଇଛି ଚିନ୍ତା। ମିଶନଶକ୍ତି ମହିଳାଙ୍କ କ୍ଷେତ୍ରରେ ପାତରଅନ୍ତର ଚରମ ସୀମାରେ ପହଞ୍ଚିଛି । ଗାଁ ଠାରୁ ସହର। ସବୁଠି ପ୍ରଶିକ୍ଷଣ ପ୍ରାପ୍ତ ବିସିଏ ବା ବ୍ୟାଙ୍କ ସଖି ହୋଇଛନ୍ତି ଅବହେଳାର ଶିକାର। ନାଁ ଶୁଣୁଛନ୍ତି ବ୍ଲକସ୍ତରୀୟ ଅଧିକାରୀ ନାଁ ଜିଲ୍ଲାସ୍ତରୀୟ ଅଧିକାରୀ । ଏପରିକି ମିଶନ ଶକ୍ତିର ସଚିବଙ୍କୁ ଚିଠି ଲେଖିଲେ ବି କିଛି ଫରକ ପଡୁନଥିବା କହିଛନ୍ତି ବ୍ୟାଙ୍କ ସଖି ମାନେ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ଜିଲ୍ଲାର ସମସ୍ତ ୧୪ଟି ଯାକ ବ୍ଲକର ବ୍ୟାଙ୍କ ସଖି ମାନେ ଦୀର୍ଘ ୩ ବର୍ଷ ହେଲାଣି ଦୁର୍ଦ୍ଦିନ ଓ ମାନସିକ ଚାପରେ ଦିନ କାଟୁଛନ୍ତି। ଏବେ ସେହି ସମସ୍ୟା ଦୁଇ ଗୁଣିତ ହୋଇଛି। ଯେତେବେଳେ ପ୍ରଶିକ୍ଷଣ ପ୍ରାପ୍ତ ବ୍ୟାଙ୍କ ସଖିଙ୍କୁ ଆମ ବ୍ୟାଙ୍କରେ ନିଯୁକ୍ତି ମିଳିନି । ସେମାନଙ୍କ ପରିବର୍ତ୍ତେ ବିନା ପ୍ରଶିକ୍ଷଣପ୍ରାପ୍ତ ମହିଳାଙ୍କୁ ଏଜେନ୍ସି ଦ୍ଵାର ନିଯୁକ୍ତି ମିଳିଛି । ଏନେଇ ବିଡ଼ିଓଙ୍କୁ ପଚାରିଲେ ସେ ନିର୍ଦ୍ଧିଷ୍ଟ ବ୍ୟାଙ୍କ ଉପରେ ଦୋଷ ଲଦୁଛନ୍ତି। ସେହିପରି ବ୍ୟାଙ୍କକୁ ପଚାରିଲେ ସେମାନେ ଏଜେନ୍ସିର ନାଁରେ ପାରିହେଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଏସବୁ ବ୍ଲକ ଓ ଜିଲ୍ଲାସ୍ତରୀୟ ଓଏଲଏମ ଅଧିକାରୀ ଜାଣିଛନ୍ତି ତ । ନା ରାଜନୈତିକ ଉଦ୍ଧେଶ୍ୟରେ ବ୍ୟାଙ୍କ ସଖିଙ୍କ ପ୍ରତି ଏଭଳି ଅନ୍ୟାୟ କରାଯାଇଛି । ଏହା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜିଲ୍ଲାର ବ୍ୟାଙ୍କ୍ ସଖି ମାନେ ନିବେଦନ କରିଛନ୍ତି। ରାଜ୍ୟ ସରକାର ମିଶନ ଶକ୍ତିର ଇସି, ସିଆର୍ପି, ଏମବିକେ, ବ୍ୟାଙ୍କ୍ ମିତ୍ରଙ୍କ ଦରମା ବୃଦ୍ଧି କରିଛନ୍ତି । କିନ୍ତୁ ପ୍ରଶିକ୍ଷଣ ପ୍ରାପ୍ତ ବିସିଏଙ୍କୁ ନା ମିଳୁଛି ଚାକିରୀ ନା ପ୍ରୋତ୍ସାହନ ରାଶି । ଆଗକୁ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଯୋଜନା କରୁଥିବା ଜଣାପଡିଛି । ତୁରନ୍ତ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଓଏଲଏମ ଏବଂ ମିଶନଶକ୍ତି ବିଭାଗ ସହ ଆଲୋଚନା କଲେ ବ୍ୟାଙ୍କ୍ ସଖିମାନେ ନ୍ୟାୟ ପାଇପାରନ୍ତେ ।

Leave A Reply

Your email address will not be published.