ପ୍ରିତପାଲ ସିଂ ହେଲେ ବାର ଆସୋସିଏସନର ସଭାପତି

ମାଲକାନଗିରି,୩୦/୩: ଆଜି ମାଲକାନଗିରି ବାର ଆସୋସିଏସନର ନିର୍ବାଚନରେ ପ୍ରିତପାଲ ସିଂ ତାଂକ ନିକଟତମ ପ୍ରତିଦ୍ବନ୍ଦୀ ନୃସିଂହ ମହାନ୍ତିଙ୍କୁ ୨୧ଟି ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସଭାପତି ପଦବୀ ପାଇଁ କଡା ଟକ୍କର ହେବ ବୋଲି ଯାହା ଅନୁମାନ କରାଯାଉଥିଲା, ତାହା ହୋଇନଥିଲା। ଏତେ ଭୋଟ ବ୍ୟବଧାନରେ ପ୍ରିତପାତ ବିଜୟୀ ହୋଇଥିବାରୁ ଏଥର ନୃସିଂହଙ୍କ ଯାଦୁ କାମ କରିନଥିଲା ବୋଲି ଆଲୋଚନା ଜୋର ଧରିଛି। ପ୍ରିତପାଲ ବିଜୟୀ ହେବା ପରେ ଓକିଲଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସେହିପରି ଉପସଭାପତି ପଦବୀରେ ଲମ୍ବୋଦର ତୁର୍କୁ ଓ ତାପସ ନାଥ ମଧ୍ୟରେ ଟକ୍କର ହୋଇଥିଲା। ତାପସ ନାଥ ମଧ୍ୟ ୨୧ଟି ଭୋଟରେ ବିଜୟୀ ହୋଇଥିଲେ।ସେହିପରି ସାଧାରଣ ସଂପାଦକ ପଦବୀରେ ବିଜୁ ସରକାର ଏବଂ ସରୋଜ ମହାନ୍ତିଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ବିଜୁ ସରକାର ୯ଟି ଭୋଟରେ ବିଜୟୀ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ହିରୋଜ ପାଣିଗ୍ରାହୀ ଓ ସଦସ୍ୟ ଭାବେ ସାଗର ପାଣିଗ୍ରାହୀ ଓ ଜୟନ୍ତୀ ବିଶ୍ବାସ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଯୋସେଫ ଜେମସ ରହିଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ରଂଜିତ ସାନା ରହିଥିଲେ।

Leave A Reply

Your email address will not be published.