ଉତ୍କଳ ଦିବସ ଅବସରରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଫଳ ବଣ୍ଟନ

ମାଲକାନଗିରି: ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ସାରା ରାଜ୍ୟରେ ଏହାକୁ ବେଶ ଉତ୍ସାହର ସହ ପାଳନ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାରେ ଏହି ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର କାଲିମେଳା ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୯ ଘଟିକାରେ ସମସ୍ତ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହା ସହ ରୋଗୀ ମାନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଥିଲା । ଏହି ଅବସରରେ କାଲିମେଳା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ମୁକ୍ତିକାନ୍ତ ମଲ୍ଲିକଙ୍କ ସହ ଅନ୍ୟ ଅଧିକାରୀ, କାଲିମେଳା ବ୍ଲକର ବରିଷ୍ଠ ସାମ୍ବାଦିକ ଦୁଃଶାସନ ମହାପାତ୍ର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହା ସହ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଦ୍ୟୁତ ବୈରାଗୀ, ବ୍ଲକ ସଭାପତି ରାଜେସ ଓଝା, ବ୍ଲକ ସମ୍ପାଦକ ଭିକି ବାରିକ, ପ୍ରଭାତ ସାହା, ସୌରଭ ମଣ୍ଡଳ, ବୁଦ୍ଧ ଦେବ ମଣ୍ଡଳ, ଆଜାର ଉଦିନ, ଟି ସତ୍ୟ ନାରାୟଣ ସୁବୁଦ୍ଧି, ଶିବ ସାହୁ, ସନ୍ତୋଷ ପ୍ରଧାନ, ଅମଳ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

Leave A Reply

Your email address will not be published.