xmas

ବିଜେଡିର ନିର୍ବାଚନ ପ୍ରଚାର ସହ ରଣ କୌଶଳ ଓ କର୍ମୀ ସମ୍ମିଳନୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା ବ୍ଲକ କୋରୁକୁଣ୍ଡା ମା ତାରିଣୀ ପିଠ ପ୍ରାଙ୍ଗଣରେ ଆଜି କୋରୁକୁଣ୍ଡା ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲକାନଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ସଭାପତି ଜ଼ିଲ୍ଲା ବିଜୁ ଜନତା ଦଳ ମାଲକାନଗିରି ଶ୍ରୀଯୁକ୍ତ ମାନସ ମାଡକାମିଙ୍କୁ ସ୍ୱାଗତ କରିବା ସହ ନିର୍ବାଚନି ରଣ କୌଶଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିକାଶର ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟ ଯୁକ୍ତ କରିବା ନେଇ ନିଷ୍ପତି ନେବା ସହ କୋରୁକୁଣ୍ଡା ବ୍ଲକର ୧୦ ଜଣ ଅଜୟ ବିଶ୍ୱାସ, ହାରିବନ୍ଧୁ ବେହେରା, ରଘୁ ଭାଇ, ଦୀନବନ୍ଧୁ ଭାଇ, ବିଷ୍ଣୁ ମଣ୍ଡଳ, ଅନିରୁଦ୍ଧ ମଣ୍ଡଳ, ସୁବ୍ରତ ବନିକ, ବଳରାମ ଭାଇ, ତରୁଣ ଭାଇ, ସାଧୁ ସିଂ ଆଜି ବିଜେପି ଓ କଂଗ୍ରେସ ଛାଡି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତେବେ ଆଜିର ଏହି ସମ୍ମିଳନୀରେ କୋରୁକୁଣ୍ଡା ଜୋନ୍ ସଂଯୋଯକ ନୃସିଂହ ଚୋରଣ ମହାନ୍ତି, ବ୍ଲକ ସଭାପତି ସତ୍ୟ ପାଣିଗ୍ରାହୀ, ଅଧ୍ୟକ୍ଷ କୋରୁକୁଣ୍ଡା ବ୍ଲକ ଜିତୁ ବୁରୁଡି, ଉପଦେଷ୍ଟା ଆଦିବାସୀ ମହା ସଂଘ ଘୋନଶ୍ୟାମ ମାଡକାମି, ଆଇନଜୀବୀ ଲମ୍ବୋଧର ତୁରୁକ, ଜେମ୍ସ ଜୋସେଫ, ରୁଷିକେଶ ପଣ୍ଡା, ମାଧବ ସାବତ, ଉମା ସାହୁ, ତ୍ରିଲୋଚନ ଚୌଧୁରୀଙ୍କ ସହ ଅନେକ କୋରୁକୁଣ୍ଡା ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.