ଇସ୍ତଫା ଦେଲେ ଜିଲ୍ଲା ବିଜେପି ସଭାପତି, ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଦଳକୁ ଝଟକା

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । ଇତିମଧ୍ୟରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଶାସକ ବିଜେଡି ଏ କ୍ଷେତ୍ରରେ ଅଙ୍କ କଷୁଥିବା ଜଣାପଡ଼ିଛି । ତେବେ ଏହା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି ।
ଜଣାପଡ଼ିଛି ଯେ, ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗତକାଲି ବିଜେପି ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ଜିଲ୍ଲା ସଭାପତିଙ୍କ ଇସ୍ତଫା ଦଳକୁ ଝଟକା ଲାଗିଛି । ଶ୍ରୀ ସାହୁ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିକଟକୁ ପଠାଇଛନ୍ତି । ତେବେ ଉପନିର୍ବାଚନ ଟିକେଟ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।
ବ୍ରଜରାଜନଗର ଉପନିର୍ବାଚନା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୪ ତାରିଖଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହା ପରେ ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ରହିଛି । ଆସନ୍ତା ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ଜୁନ୍ ୩ ତାରିଖରେ ଭୋଟ ଗଣତି କରାଯିବ ।

Leave A Reply

Your email address will not be published.