ଚିତ୍ରକୋଣ୍ଡାରେ ଶାନ୍ତି ଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ତିନି ଜଣଙ୍କ ମଧ୍ୟରେ ହେବ ଭାଗ୍ୟ ନିର୍ଧାରଣ l

ଚିତ୍ରକୋଣ୍ଡା, ୧୩/୦୫/୨୪: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ତିନି ଜଣଙ୍କ ମଧ୍ୟରେ ହେବ ଭାଗ୍ୟ ନିର୍ଧାରଣ ହେବ ବିଜେଡିରୁ ଲଷ୍ମୀପ୍ରିୟା ନାୟକ, ବିଜେପିରୁ ଡମ୍ବରୁ ଶିଶା ଓ କଂଗ୍ରେସରୁ ମଙ୍ଗୁ ଖିଲ ତେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଆସନ୍ତା ମାସ ଚାରି ତାରିଖରେ ଭୋଟ ଗଣତିରେ ଜଣା ପଡ଼ିବ ସେଥିପାଇଁ ଆଜି ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତରେ ଶାନ୍ତି ଶୃଙ୍ଖଳା ସହ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ l ପୂର୍ବରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ ରୂପେ ପରିଚିତ ଥିଲା ଏ ଅଞ୍ଚଳରେ ଭୋଟ ଦେବା କଷ୍ଟକର ହୋଇପଡୁଥିଲା ଉକ୍ତ ଅଞ୍ଚଳ ପୁଲିସ ପ୍ରଶାସନ ମାଓ ମୁକ୍ତ କରିବା ପରେ ଲୋକେ ନିର୍ଭୟରେ ଭୋଟ ଦେଇପାରୁଛନ୍ତି ତଥାବି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସାତ ଗୋଟି ପଞ୍ଚାୟତ ଯଥା ଯନ୍ତ୍ରୀ, ପଣଷପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡି, ଯୋଡ଼ାମ୍ବ ରାଲେଗଡା଼ ଓ ଧୂଳିପୁଟ ପଞ୍ଚାୟତରେ କଡ଼ା ସୁରକ୍ଷା ଭିତରେ ମତଦାନ କରାଯାଇଛି l ଉକ୍ତ ଅଞ୍ଚଳ ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି l ସେଇଭଳି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ପଞ୍ଚାୟତ ମାନଙ୍କରେ ଶାନ୍ତି ଶୃଙ୍ଖଳାର ମତଦାନ ସରିଛି l

Leave A Reply

Your email address will not be published.