ଚିକିତ୍ସିତ ଅବସ୍ତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା କଲେ ଚିତ୍ରକୋଣ୍ଡା ନବାଗତ ବିଧାୟକ

ମାଲକାନଗିରି, ୭।୬: ଚଳିତ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ବିଧାୟକ ଭାବେ ଶପଥ ପାଠ କରିବା ପୂର୍ବରୁ ହିନ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସ୍ୱାସ୍ଥ୍ୟ ଶିକ୍ଷା ଓ ଜନ ସେବାରେ ନିଜକୁ ବ୍ରତୀ ରଖିବାକୁ କହିଥିବା ମଙ୍ଗୁଙ୍କୁ ଗତ ବୁଧବାର ରାତିରେ ସର୍ପଘାତ ହୋଇଥିଲା । ଯାହା ଫଳରେ ସେ ପ୍ରଥମେ କୁଡ଼ୁମୁଲୁଗୁମା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ତେବେ ସେ ଆଜି ସୁସ୍ଥ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି । ରୋଗୀଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ସେନେଇ ସେ ମେଡିକାଲ ଅଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରି ରୋଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହା ସହ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ପେୟ, ଔଷଧ ଓ ଅନ୍ୟାନ୍ୟ ସୁବିଧାକୁ ମଧ୍ୟ ପରଖି ଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିସ୍ତଳୟରେ ଅନେକ ବିଭାଗରେ ଡାକ୍ତରଙ୍କ ସଂଖ୍ୟା କମ ରହିଥିବା ଅନେକ ବିଭାଗରେ କର୍ମଚାରୀ ଅବହେଳା ଥିବା ସେ ପରିଲିଖିତ କରିଥିଲେ । ତେବେ କିପରି ଯଥା ଶୀଘ୍ର ଚିକିତ୍ସାଳୟରେ ଆଗାମୀ ଦିନରେ ଏହି ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ହେବ ସେନେଇ ସେ ପଦକ୍ଷେପ ନେବେ ଓ ଦାବି ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.