୧୦ ନୁହେଁ, ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

୧୨ ତାରିଖ ସଂଧ୍ୟାରେ ହୋଇପାରେ ଶପଥ ଗ୍ରହଣ ସମାରୋହ। 

ଭୁବନେଶ୍ବର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ବଦଳିଛି। ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌ ୧୨ରେ ହେବ ଶପଥ ଗ୍ରହଣ ସମାରୋହ। ୧୨ ତାରିଖ ସଂଧ୍ୟାରେ ହୋଇପାରେ ଶପଥ ଗ୍ରହଣ ସମାରୋହ। 

ସୂଚନା ଅନୁଯାୟୀ, ଆଜି ରାତିରେ ଓଡ଼ିଶା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ। ସେମାନେ ଓଡ଼ିଶା ଆସିବା ପରେ ଆସନ୍ତକାଲି ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ବୈଠକ ହେବ। ଦଳର ସଂସଦୀୟ ବୋର୍ଡରେ ମୁଖ୍ୟମନ୍ତ୍ରୀ ପାଇଁ ଯେଉଁ ସବୁ ନାଁ ସ୍ଥିର ହୋଇଥିବା ତାକୁ ଏହି ବୈଠକରେ ଉପସ୍ଥାପନ କରାଯିବ। ଆଲୋଚନା ପରେ ଗୋଟିଏ ନାଁକୁ ମୁଖ୍ୟମନ୍ତ୍ରୀ ପଦ ସର୍ବସମ୍ମତିକ୍ରମେ ବଛାଯିବ। ତା’ସହିତ କେଉଁମାନଙ୍କୁ ମନ୍ତ୍ରୀ କରାଯିବ, ତା’ ଉପରେ ମଧ୍ୟ ଆଲୋଚନା ହେବ।    

Leave A Reply

Your email address will not be published.