ଓଡ଼ିଶା ଆସିବେ ବିଜେପିର ଦୁଇ ଟାଣୁଆ ନେତା, ସରକାର ଗଠନ ନେଇ ନେବେ ନିଷ୍ପତ୍ତି, ପର୍ଯ୍ୟବେକ୍ଷକ ଭାବରେ ହୋଇଛନ୍ତି ନିର୍ବାଚିତ

ନୂଆଦିଲ୍ଲୀ: ଓଡ଼ିଶା ଆସିବେ ବିଜେପିର ଦୁଇ ଟାଣୁଆ ନେତା ରାଜନାଥ ସିଂହ ଏବଂ ଭୂପିନ୍ଦର ଯାଦବ। କାରଣ ଉଭୟଙ୍କୁ ଓଡ଼ିଶା ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ବିଜେପି। ଏହି ଦୁଇ ନେତା ଓଡ଼ିଶା ଆସି ରାଜ୍ୟରେ ସରକାର ଗଠନ ଦିଗରେ ପର୍ଯ୍ୟବେକ୍ଷଣ କରିବେ।

ସୂଚନାଥାଉକି, ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାବେଳେ, କିଏ ହେବ ମୁଖ୍ୟମନ୍ତ୍ରୀ ? ଏନେଇ ଏବେବି କଳ୍ପନା ଜଳ୍ପନା ଲାଗିରହିଛି। ଏମିତିରେ ଆସନ୍ତା ୧୨ ତାରିଖକୁ ଶପଥ ଗ୍ରହଣ ସମାରୋହକୁ ମଧ୍ୟ ଘୁଞ୍ଚାଇସାରିଛି ବିଜେପି। 

ଏହା ପୂର୍ବରୁ ୧୧ ତାରିଖ ବସିବ ବିଜେପି ବିଧାୟକ ଦଳ ବୈଠକ । ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଶପଥ  ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥି ଭାବେ ଯୋଗଦେବେ। ଜୟ ଦେବ ବିହାର ଛକରୁ ଜନତା ମଇଦାନ ଯାଏ ବିଶାଳ ରୋଡ ସୋ’ରେ ଯିବେ ପ୍ରଧାନମନ୍ତ୍ରୀ । ଏହି ଐତିହାସିକ ଶପଥ ସମାରୋହ ଲାଗି ଚାଲିଛି ମେଗା ପ୍ରସ୍ତୁତି ।  

Leave A Reply

Your email address will not be published.