ଜୁନ୍ ୨୪ରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ, ବାଚସ୍ପତି ନିର୍ବାଚନ ସହ ସାଂସଦ ନେବେ ଶପଥ

ଜୁନ୍ ୨୪ରୁ ମୋଦି ସରକାରଙ୍କ ତୃତୀୟ ପାଳିନ ପ୍ରଥମ ଅଧିବେଶନ ବସିବାକୁ ଯାଉଛି।

ନୂଆଦିଲ୍ଲୀ: ମୋଦି ସରକାରଙ୍କ ତୃତୀୟ ପାଳିନ ପ୍ରଥମ ଅଧିବେଶନ ବସିବାକୁ ଯାଉଛି। ଆସନ୍ତା ଜୁନ୍ ୨୪ରୁ ଜୁଲାଇ ୩ ଯାଏଁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ।

ଏହି ଆଠ ଦିନରେ ବାଚସ୍ପତି ନିର୍ବାଚନ ସହ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଓ ଦ୍ୱିତୀୟ ଦିନ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଜୁନ୍ରେ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ। 

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଗତକାଲି ମନ୍ତ୍ରିମଣ୍ଡଳ ଦାୟିତ୍ୱ ବଣ୍ଟନ କରାଯାଇଛି। ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ହୋଇଛନ୍ତି। 

Leave A Reply

Your email address will not be published.