ନବ ନିର୍ବାଚିତ ନୂତନ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା: ସମସ୍ତ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ

ମାଲକାନଗିରି/କାଲିମେଳା: ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ ସହ ରାଜ୍ୟରେ ପ୍ରଥମ ଥର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ ହେବା ପରେ ମାଲକାନଗିରି ନିର୍ବାଚନୀ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଜେପି ବିଧାୟକ ନରସିଂହ ମାଡ଼କାମିଙ୍କୁ ମାଲକାନଗିରି ଫେରିବା ପରେ ବିପୁଳ ସଂଖ୍ୟାରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ପ୍ରଥମେ ମାଲକାନଗିରିରେ ସ୍ଵାଗତ ସମ୍ବର୍ଦ୍ଧନା ପରେ କାଲିମେଳା ସଦର ନିକଟରେ ଥିବା ବଡ ଠାକୁରଙ୍କ ପୂଜା ସ୍ଥଳୀ ନିକଟରେ ବିଧାୟକ ନରସିଂହ ମାଡ଼କାମି ପୂଜା ଅର୍ଚ୍ଚନା କରିବା ପରେ କାଲିମେଳା ସଦରରେ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ତେଲୁଗୁ ସାହି ଥିବା ରାମ ମନ୍ଦିର, ଶିବ ମନ୍ଦିର, କୃଷ୍ଣ ମନ୍ଦିର ଆଦିରେ ପୁଜା ଅର୍ଚ୍ଚନା କରିଥିଲେ । ତେଲୁଗୁ ସାହି, ଇପିଡିପି ସାହିର ମହିଳା ଓ ବସ୍ତି ବାସିନ୍ଦା ମାନେ ବିଧାୟକଙ୍କ ସହ ବିଭିନ୍ନ ମୌଳିକ ସମସ୍ୟା ସହ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପାଇନଥିବାର ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ଖୁବଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ପରେ ଏମ ଭି ୯୦, ଏମ ପି ଭି ୩୨, ଏମ ଭି ୭୨, ଏମ ଭି ୧୨୬, ଏମ ପି ଭି ୬୫, ଏମ ଭି ୧୨୯, ରାଜଗିରି, ତମନ୍ ପଲ୍ଲୀ, ପୁସୁଗୁଡ଼ା ଦେଇ ମୋଟୁ ପର୍ଯ୍ୟନ୍ତ ବିଧାୟକଙ୍କୁ ଜନ ସାଧାରଣ, ମହିଳା, ବସ୍ତି ବାସିନ୍ଦା, ବିଭିନ୍ନ ଅନୁଷ୍ଠାନ ସଂଘ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷା ସ୍ବାସ୍ଥ୍ୟ, ଗମନା ଗମନ, ସମସ୍ତ ମୌଳିକ ସମସ୍ୟାର ସମାଧାନ କରାଯିବ ଏବଂ ବିକଶିତ ଓଡ଼ିଶା ସହ ବିକଶିତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବିଜେପିର ରତ୍ନାକର ପାଣିଗ୍ରାହୀ, ମଣ୍ଡଳ ସଭାପତି ବିସିକେଶନ ଦାସ, ଉପ ସଭାପତି ଶ୍ୟାମଳ ଭୌମିକ, ସାଧାରଣ ସମ୍ପାଦକ, ବିଜେପି ଏସ ସି ମୋର୍ଚା ସଭାପତି ଅମଳ କୁମାର ମଣ୍ଡଳ, ଜିଲ୍ଲା ବିଜେପି ଏସ ସି ମୋର୍ଚା ସଭାପତି ଉତ୍ତମ କୁମାର ରାୟ, ବରିଷ୍ଠ କାର୍ଯ୍ୟକର୍ତ୍ତା କାର୍ତିକ ଦେବନାଥ, ପ୍ରହ୍ଲାଦ ବାସୁ, ପରିତୋଷ ସର୍ଦାର, ଉତ୍ତମ କୁମାର ପାତ୍ର, ପଞ୍ଚାୟତ ସଭାପତି, ପୂର୍ବତନ ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ସଭାପତି ବିଜୟ ମହାରଣା, ବାଲାଜୀ ପାଡାଲ ମୁନ୍ସିପାଲଟି ସଭାପତି, ହରବିଳାଶ ମଣ୍ଡଳ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ, ଜିଲ୍ଲା ସାଧାରଣ ସମ୍ପାଦକ ସୁମନ୍ତ ରାୟ ପ୍ରମୁଖ ବିଜେପି ନେତୃବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.