ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

କଟକ: କଣ୍ଟାପଡା ବ୍ଲକ ଅନ୍ତର୍ଗତ ସାଇେଲୋ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ୨୦୦୨ ବ୍ୟାଚ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦୂରଦୂରାନ୍ତରୁ ଆସିଥିବା ବନ୍ଧୁମାନେ ଏକତ୍ରିତ ହୋଇ ଭାବବିନିମୟ ସହ ଭୋଜି ଭାତର ଆୟୋଜନ କରିଥିଲେ । ବହୁଦିନ ପରେ ଏକାଠି ହୋଇଥବାରୁ ସେମାନଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଥିଲା । ଶିଶିର ଦାଶ, ବିଶ୍ବରଂଜନ ସେନାପତି, ଶୁଭ୍ରମୟ ନାୟକ, ଦେବାଶିଷ ସ୍ବାଇଁ, ସତ୍ୟରଂଜନ ଦାଶ, ତାପସ ସାହୁ, ପ୍ରତାପ ବେହେରା, ସୁମିତ୍ରା ମହାପାତ୍ର, ଜୋସ୍ନା ସାହୁ, ରୋଜାଲିନ ସାହୁ, ବନିତା ଦଲାଇ, ପିଙ୍କି ପ୍ରଧାନ, ପଦ୍ମାଳୟା ମହାନ୍ତି, ମମତା ମହାପାତ୍ର ଏବଂ ଅନ୍ୟମାନେ ବନ୍ଧୁ ମିଳନ ଉତ୍ସବଟିକୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ଏହି ବ୍ୟାଚର ଛାତ୍ରଛାତ୍ରମାନେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ଗ୍ରାମର ପରିମଳ ବ୍ୟବସ୍ତାକୁ ସୁଧାରିବା ସହିତ ଏହି ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର କରିଥିଲେ ।

Leave A Reply

Your email address will not be published.