ମାଲକାନଗିରି ନୂତନ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟଳୟ ଗସ୍ତ, ଅଧିକାରୀ ଓ କର୍ମଚାରୀଙ୍କ ସହ କଲେ ସମୀକ୍ଷା

ମାଲକାନଗିରି,୨୪।୬: ମାଲକାନଗିରି ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ନରସିଂହ ମାଡକାମୀ ଆଜି ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟକୁ ଗସ୍ତ କରିଛନ୍ତି । ବିଧାୟକ ହେବା ପରେ ସେ ବିଧାୟକ ରୂପେ ପ୍ରଥମ ଥର ପାଇଁ ଅନେକ କାର୍ଯ୍ୟଳୟକୁ ଯାଇ କିପରି ସମସ୍ତ କାର୍ଯ୍ୟ ଜାରି ରହିଛି ସେନେଇ ମଧ୍ୟ ତଦାରଖ କରିଛନ୍ତି । ଏହି ଅବସରରେ ଆଜି ଶ୍ରୀ ମାଡକାମୀ ଜିଲ୍ଲା ସଦରରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଳୟ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ମାଲକାନଗିରି ସଦର ବ୍ଲକ କାର୍ଯ୍ୟଳୟ, କ୍ରୀଡା ବିଭାଗ କାର୍ଯ୍ୟଳୟ, କାଲିମେଳା ଓ ପଡିଆ ବ୍ଲକ କାର୍ଯ୍ୟଳୟ ଆଦିକୁ ଗସ୍ତ କରି ସେ ସେଠିକାର ଅଧିକାରୀଙ୍କ ସହ ବୈଠକ କରି ଅଞ୍ଚଳରେ ଜାରି ଥିବା ବିଭିନ୍ନ ଯୋଜନା, ପ୍ରକଳ୍ପ ଓ ତାର କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ । ଏହାସହ ଆଗକୁ କିପରି ଅଞ୍ଚଳର ବିକାଶ ହେବ ତାହାର ରୂପ ରେଖା ସଂପର୍କରେ ଆଲୋଚନା କରିବା ସହ ଲୋକଙ୍କ ସମସ୍ୟାର ସମାଧାନ କିପରି ହେବ ସେନେଇ କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ନିମାଇ ଚନ୍ଦ୍ର ପାଲ, ମାଣିକ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର, ନବଘନ ଲୋକେଇ, ନିହାର ରାୟ, ଅଶୋକ କୁମାର ବୈଦ୍ୟ, ସଜ୍ଜୁ ସରକାର ପ୍ରମୁଖ ବିଜେପି ନେତ୍ରୁ ବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.