ମାଲକାନଗିରିରେ ରଥଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି, ୨୭.୦୬.୨୦୨୪: ମାଲକାନଗିରି ସଦର ମହକୁମାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୪ ମସିହାର ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳ, ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଓ ତହସିଲଦାର ଲଳିତ ବାଘ ପ୍ରମୁଖ ଉପସ୍ଥିତ ଥିଲେ । ରଥର ମାନ ଠିକ ଅଛି ନା ନ।ହିଁ ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓ କୋଠବାଡ଼ିଙ୍କୁ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଗଲା । ଯାନ ବାହନ ନିୟନ୍ତ୍ର ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୁଲିସଙ୍କୁ ଦାୟିତ୍ଵ ଦିଆଗଲା। ଉକ୍ତ ଦିନ ଆଶୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଗଲା । ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ଥିବା ନିମନ୍ତେ କୁହାଗଲା । ସେହିପରି ପ୍ରମୁଖ ଛକ ଜାଗାରେ ପାଣି ଟ୍ୟାଙ୍କ ଓ କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ ପିଏଚଡିଙ୍କୁ ଅନୁରୋଧ କରାଗଲା । ସେହିପରି ଉକ୍ତ ଦିନ ରଥ ଟଣା ସମୟରେ ଆମ୍ବୁଲେନ୍ସ ସହ ଜଣେ ଆୟୁଷ ଡାକ୍ତର ରହିବେ ଓ ୭.୦୭.୨୦୨୪ ତାରିଖ ଠାରୁ ବାହୁଡା ପର୍ଯ୍ୟନ୍ତ ସକ।ଳ ୮ଟା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ମେଡ଼ିକାଲ ଟିମ ସହ ଉପସ୍ଥିତ ରହିବେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜିଲ୍ଲାପାଳ ଛେରା ପହଁରା କରିବେ । ଜଗନ୍ନାଥଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମାଲକାନଗିରିଙ୍କୁ ଦାୟିତ୍ଵ ଦିଆଗଲା । ଏନଏସଏସ ଓ ଏନସିସି ଛାତ୍ର ଛାତ୍ରୀ ମାନଙ୍କୁ ସ୍ବେଚ୍ଛାକୃତ ଭାବେ ନିୟୋଜିତ କରିବା ପାଇଁ କୁହାଗଲା ।

ଆଜିର ଏହି ବୈଠକରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଟାଉନ୍ ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ସହକାରୀ ଯନ୍ତ୍ରୀ, ପିଏଚଡି, ଟିପିଏସଓଡିଏଲର କର୍ମକର୍ତ୍ତା, ଜଗନ୍ନାଥ ମନ୍ଦିରର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତହସିଲଦାର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.