ମାଲକାନଗିରି: ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସ ଏମୟୁଜେର ସଭାପତି ଶ୍ରୀ ଦେବ ପ୍ରସାଦ ଦାଶ ଏବଂ ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସର ବାଲିମେଳା ଶାଖାର ସଭାପତି, ଶ୍ରୀ ରବୀରଶ୍ମୀ ଗୁରୁଙ୍କ ସହିତ ବାଲିମେଳା ଶାଖାର ସମସ୍ତ ସାମ୍ବାଦିକ ସଦସ୍ୟ ଯଥାକ୍ରମେ:- ଚନ୍ଦନ କୁମାର ବାରିକ, ମନୋଜ ପାଙ୍ଗି, ସିମାଞ୍ଚଳ ବିଶ୍ବାଳ, ଶିବ ଦତ୍ତ ସାହୁ, ସୁଧାଂଶୁ ଶେଖର ମହାନ୍ତି ଏବଂ ଈଶାକ ଖୋସଲାଙ୍କ ଦ୍ଵାରା ନବ ନିର୍ବାଚିତ ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ମଙ୍ଗୁ ଖିଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାନ୍ୟବର ବିଧାୟକ ସଂଘର ସାମ୍ବାଦିକ ମାନଙ୍କ ସହିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା : ମାଲକାନଗିରି ଜିଲ୍ଲାରେ ଜଳସେଚନର ସୁବ୍ୟବସ୍ଥା, ଚାଷୀ ଭାଇମାନଙ୍କ ବିଭିନ୍ନ ଦାବିର ସମାଧାନ, ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ପେନସନ ବିଷୟରେ ସେ ବିଧାନସଭାରେ ଦାବି କରିବେ ବୋଲି କହିଛନ୍ତି। ସେ ବିଶେଷ ଭାବରେ ସ୍ବାଭିମାନ ଅଞ୍ଚଳର ଯେଉଁ ଯେଉଁ ପ୍ରଧାନ ସମସ୍ୟା ସବୁ ରହିଛି ତାକୁ ଅଗ୍ରାଧିକାର ଭିତ୍ତିରେ ଯଥା ଶୀଘ୍ର ସମାଧାନ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଲାଭାଂଶର ୪% ଶତାଂଶ ଅର୍ଥ ଏ ଅଞ୍ଚଳର ପେରିଫେରିଆଲ ଡେଭଲପମେଣ୍ଟ ପାଇଁ ଠିକ୍ ଭାବରେ ଖର୍ଚ୍ଚ ହେଉନାହିଁ ବୋଲି ଅଭିଯୋଗ ଆସୁଛି। ଏହି ବିଷୟରେ ତଦନ୍ତ କରାଯିବ ଏବଂ ଜିଲ୍ଲାପାଳଙ୍କ ସହିତ ଏ ବିଷୟରେ ଆଲୋଚନା କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲା ଭିତର ଦେଇ ଯାଇଥିବା ଏସାର କମ୍ପାନୀର ଲୁହା ପଥର ପରିବହନ କରୁଥିବା ପାଇପ ଲାଇନ ଯାହା ଜିନ୍ଦଲ ଷ୍ଟିଲକୁ ହସ୍ତାନ୍ତର କରାଯାଇଛି ସେଥି ମଧ୍ୟରୁ ଯେତିକି ଲାଭ ହୁଏ, ତାହାର ୪% ଶତାଂଶ ଅର୍ଥ ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ଖର୍ଚ୍ଚ ହେବା କଥା। ସେ ଅର୍ଥ ଜିନ୍ଦଲ ଷ୍ଟିଲ କମ୍ପାନୀ ଖର୍ଚ୍ଚ କରିଛନ୍ତି କି ନାହିଁ ଏବଂ ଯଦି କରିଛନ୍ତି ତେବେ କିପରି ଓ କେଉଁଠି ଖର୍ଚ୍ଚ କରାଯାଇଛି, ସେ ବିଷୟରେ ଖୋଳତାଡ଼ କରିବେ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.