ବଜ୍ରାଘାତରେ ୪ ଗାଇର ମୃତ୍ୟୁ: ବିଧାୟକ କ୍ଷତିପୂରଣ ପାଇଁ ଦେଲେ ଆଶ୍ଵସନା

ମାଲକାନଗିରି, ୩୦/୦୬: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ଗ୍ରାମପଞ୍ଚାୟତର କଣ୍ଡେଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତରେ ଗ୍ରାମର ସାମ୍ବାରୁ ଦୋରା (ପିତା ଭଗବାନ ଦୋରା)ଙ୍କ ୪ଟି ଗାଇର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଶୁଣିବା ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ଆଜି ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ଗାଈ ମୃତ୍ୟୁ ଘଟଣା ନିଜ ଆଖିରେ ଦେଖିବା ପରେ କ୍ଷତିଗ୍ରସ୍ତ ତଥା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ତତ୍ ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଗାଇ ମାଲିକଙ୍କୁ କିଭଳି କ୍ଷତିପୂରଣ ଯୋଗାଇ ଦେବେ, ସେ ନେଇ ବିଧାୟକ ଶ୍ରୀଯୁକ୍ତ ଖିଲ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ତଥା ପ୍ରଶାସନିକ ଅଧିକାରୀଙ୍କୁ ସହିତ ଅଧିକ ଆଲୋଚନା କରି କ୍ଷତିପୂରଣ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏଭଳି ମାନବିକତା ପନକୁ ଦେଖି ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିବା ସହିତ ବେଶ୍ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.