ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ

ମାଲକାନଗିରି, ୩୦।୬: ମାଲକାନଗିରି ଜିଲ୍ଲା ସଦରରେ ଏକ କ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରର ଜୟପୁରିଆଗୁଡା ଦେଇ ଯାଇଥିବା ମାଲକାନଗିରି ଜୟପୁର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ କ୍ରେନ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କ୍ରେନ ଚାଳକ ଜଣଙ୍କ କ୍ରେନ ଛାଡି ସେଠାରୁ ଖସି ପଳାଇ ଯାଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ସେହି ଅଞ୍ଚଳର ରାମସିଂ ଖରା ବୋଲି ଜଣା ପଡିଥିବା ବେଳେ ତାଙ୍କ ମୃତ୍ୟୁକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଜହକୁ ନେଇ ସ୍ଥାନୀୟ ଲୋକେ ଜୟପୁର ମାଲକାନଗିରି ମୁଖ୍ୟ ରାସ୍ତା ଉପରେ ମରଶରୀର ରଖି ରାସ୍ତା ରୋକ କରିଛନ୍ତି । ନ୍ୟାୟ ଦାବିରେ ଲୋକେ ଅଡି ବସିଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.