ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପାଳଙ୍କ ଜନ ଶୁଣାଣି, ୧୪ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ମାଲକାନଗିରି, ୧/୭: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ସୋମବାର ଦିନ ଜିଲ୍ଲାପାଳମାନେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣି ଆରମ୍ଭ କରି ଦେଇଛନ୍ତି । ସେଥିରୁ ବାଦ ଯାଇ ନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ଆଜି ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ସଚିନ ପୱାର ଜନଶୁଣାଣି କରିଛନ୍ତି। ଆଜିର ଗ୍ରୀଭେନ୍ସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକ ମାନେ ଆସି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଜଣାଇଥିଲେ। ଆଜିର ଗ୍ରୀଭେନ୍ସରେ ମୋଟ ୧୪ଟି ଅଭିଯୋଗ ଜିଲ୍ଲାପାଳ ଜନ ଶୁଣାଣି କରିଥିଲେ। ବିଭିନ୍ନ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଗ୍ରୀଭେନ୍ସରେ ଜିଲ୍ଲାପାଳଙ୍କ ସହିତ ଏସପି ନୀତେଶ ୱାଧାନୀ ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.