ଆଇନ ସଚେତନତା ବୈଠକ ଅନୁଷ୍ଠିତ

ଚିତ୍ରକୋଣ୍ଡା: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଆନୁକୂଲ୍ୟରେ ଆଇନ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚିତ୍ରକୋଣ୍ଡା ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ଜିଲ୍ଲା ପରିଷଦ ସଦସ୍ୟା ବିନନ୍ତି ଖିଲ ଉପସ୍ଥିତ ଥିଲେ। ସମସ୍ତ ସ୍ଥାନୀୟ ସାମ୍ବାଦିକ, ବୁଦ୍ଧିଜୀବୀ, ବଜାର କମିଟିର ସଦସ୍ୟ ଓ ସାଧାରଣ ଜନତାଙ୍କୁ ପରିବର୍ତ୍ତିତ ଆଇନ ବିଷୟରେ ସଚେତନ କରାଯାଇଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ମେଲେକା ଆଜି ଠାରୁ ଲାଗୁ ହେଉଥିବା ଆଇନ ବାବଦରେ ଅବଗତ କରାଇଥିଲେ। ଏଣିକି ଏହି ନୂତନ ଆଇନ ବଳରେ ଯେ କୌଣସି କେସ ର ସମାଧାନ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ହୋଇ ପାରିବ ବୋଲି ଜଣାଇଥିଲେ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା (୧୯୮୦), କ୍ରିମିନାଲ ପ୍ରଣାଳୀ କୋଡ, ୧୯୭୩ ଏବଂ ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରି ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ -୨୦୨୩ ଗତ ୨୫ ଡିସେମ୍ବର ୨୦୨୩ ରେ ରାଷ୍ଟ୍ରପତିଙ୍କ ଦ୍ଵାରା ଅନୁମୋଦନ ଲାଭ କରି ୧ ଜୁଲାଇ ୨୦୨୪ ଠାରୁ ସାରା ଭାରତରେ ଲାଗୁ କରାଯାଇଛି । ଏହା ବାବଦରେ ଥାନା ଅଧିକାରୀ ସୂଚନା ପ୍ରଦାନ କରିଥିଲେ।

Leave A Reply

Your email address will not be published.