ଆମ ସମ୍ବଳ ସଂଗଠନ ପକ୍ଷରୁ ମହାମାୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାରାରୋପଣ

କଟକ,୦୬/୭: ସାମାଜିକ ସଂଗଠନ ‘ଆମ ସମ୍ବଳ’ ପକ୍ଷରୁ ମହାମାୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିଶ୍ବଜିତ ଘୋଷ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ଉପାଦେୟ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯ ବିଶ୍ବଜିତ ସୁର, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର, ଅନୁଷ୍ଠାନର ଉପସଭାପତି ବିକ୍ରମ ଦାଶ, ପଶୁପ୍ରେମୀ ପୁଷ୍ପାଙ୍କ ବାନାର୍ଜୀ, ଗଙ୍ଗାମନ୍ଦିର ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମୋହନ ଗମାଙ୍ଗ, ଯୁଗ୍ମ ସମ୍ପାଦକ ରମାକାନ୍ତ ଦାସ, ମହାଶିଷ ତରାଇ, ଲକ୍ଷ୍ମୀଧର ଦାସ, ନିଳାଦ୍ରୀ ଦାସ, ବିନିତା ନନ୍ଦୀ, ସୋନାଲିସା ସାହୁ, ମୈତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ। ଶିକ୍ଷକ ମାନସ ରଞ୍ଜନ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଭ୍ରାନ୍ତ କୁମାର ଦାସ, ଜ୍ଞାନରଞ୍ଜନ ବେହେରା, ସ୍କାଉଟ୍ସ ଓ ଗାଇଡ୍ସ ଛାତ୍ରଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.