ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳିତ

ଜିଲ୍ଲାସ୍ତରୀୟ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳିତ।

ମାଲକାନଗିରି, ୬/୭: ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପୁଣ୍ୟାତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସ୍ଵାଧିନତା ସଂଗ୍ରାମୀ, ଜନ ନାୟକ, ବ୍ୟବସ୍ଥାପକ, କବି, ଲେଖକ, ସାମ୍ବାଦିକ,ସ୍ଵାଧିନତା ସଂଗ୍ରାମୀ, ଜନନେତା, ମାନବବାଦୀ ଓ ଜଣେ ଆଦର୍ଶ ଶିକ୍ଷକ ଥିଲେ। ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟର ଥିଲେ ସେ ସ୍ରଷ୍ଟା। ପଞ୍ଚ ସଖା ଯୁଗର ସାହିତ୍ୟ ସାଧକ ଭାବେ ତାଙ୍କ ନାମ ଚିର ସ୍ମରଣୀୟ ବୋଲି ଅତିଥି ମାନେ ମତ ପରିପ୍ରକାଶ କରିଥିଲେ। ମାନବ ସେବା ପାଇଁ ସେ ଓଡିଆ ଜାତିରେ ସଦାସର୍ବଦା ମନେ ରହିବେ ଏବଂ ତାଙ୍କର ଜୀବନାଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷାବିତ୍ ରବୀନ୍ଦ୍ର ମହାରଣା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଗୋପୀ ପଟ୍ଟନାୟକ, ରତ୍ନାକର ଦାଶ,ଅସୀମ ବିଶ୍ୱାସ, ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ପଟ୍ଟନାୟକ, ବେଙ୍ଗଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରେକୃଷ୍ଣ କିର୍ତ୍ତନୀଆ, ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ସତ୍ୟ ନାରାୟଣ କଲେଜ ଓ ବେଙ୍ଗଲି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.