ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ ବିଦ୍ୟାଳୟ ୱାର୍ଡ ନମ୍ୱର ୧୨, ମରାମତି ନିମନ୍ତେ ୪ ବର୍ଷ ହେବ ଜଣେ ଆରକୁ ଦେଖାଇ ଚାଲିଛନ୍ତି

ବିଧାୟକ ଙ୍କ ହସ୍ତକ୍ଷେପ ପରେ ଗଣଧାରଣା ପ୍ରତ୍ୟାହାର ହେଲା
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୧୨ ନମ୍ବର ୱାର୍ଡରେ କଲୋନୀ ବିଦ୍ୟାଳୟରେ ଅବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ଅଟେ, ବର୍ଷା ଆସିଲେ ସ୍କୁଲ ସାରା ପାଣି, ପିଲା ଭିଜି ଭିଜି ପାଠ ପଢ଼ୁଛନ୍ତି ଏହି ସ୍କୁଲରେ ମରାମତି ଆବଶ୍ୟକୀୟ ତା ରହିଛି । ଦିର୍ଘ ଦିନ ହେଲା ପ୍ରଶାସନ ଅବଗତ ଥିଲେ ଭି କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। କୋମଳମତି ପିଲାଙ୍କ ଭବିଷ୍ୟତ ବର୍ଷା ପାଣିରେ ୪ ବର୍ଷ ହେବ ଭିଜି ଯାଇଛି l ନୀରବ ଆଞ୍ଚଳିକ ସାଧନ ନିରୀକ୍ଷକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହ ନିର୍ବାହୀ ଯନ୍ତ୍ରୀ ଓ ବି.ଡି.ଓ କୋରକୁଣ୍ଡା l ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବିଷୟରେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ନିଆଗଲା ନାହିଁ l ରାଜରାସ୍ତାରେ କୋମଳମତି ପିଲାଙ୍କ ସହ ଅବିଭାବକ ମାନଙ୍କୁ ଧାରଣାରେ ବସିଥିବା ଦେଖି ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଂଗୁ ଖିଲ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କ ସହ ଆଲୋଚନା କରିଥିଲେ l ପରେ ସେ ବିଡ଼ିଓ କୋରକୁଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଡାକି ସମସ୍ୟା ବିଷୟରେ ଅବଗତ କରିଥିଲେ l ଏପରିକି ବିଧାୟକ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ l ପରିଶେଷରେ ଆଗାମୀ ୭ ଦିନରେ ବିଦ୍ୟାଳୟ ମରାମତି କାର୍ଯ୍ୟ ଆରମ୍ଭ, ପିଲାଙ୍କ ୨ ଓଳିରେ ପାଠପଢା, ବିଦ୍ୟାଳୟକୁ ପାଣି, ଖେଳିବା ପାଇଁ ପଡିଆ ବ୍ୟବସ୍ଥା ହେବ ବୋଲି ନିର୍ଣ୍ଣୟ ହୋଇଥିଲା l ପରିଶେଷରେ ସମସ୍ତ ବିଷୟ ଲିଖିତ ହେବା ପରେ ପ୍ରଥମରୁ ତୃତୀୟ ପିଲାଙ୍କୁ ସକାଳୁ ଓ ଚତୁର୍ଥ, ପଞ୍ଚମ ପିଲାଙ୍କୁ ଦିନରେ ଅର୍ଥାତ୍ ୧୧ଟା ପରେ ଶିକ୍ଷାଦାନ କରିବା ନିଷ୍ପତ୍ତି ହେଲା l ଏଥି ନିମନ୍ତେ ଅତିରିକ୍ତ ୨ଜଣ ଶିକ୍ଷକ ବର୍ତ୍ତମାନର ପରିସ୍ଥିତି ମୁକାବିଲା ନିମନ୍ତେ ଅନ୍ୟା ବିଦ୍ୟାଳୟରୁ ଆସି ଶିକ୍ଷା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହେଲା l ଏହି ବିଷୟରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି l ଏହି ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ଗଣେଷ ନାୟକ, ସମାଜସେବୀ ପି. ସରୋଜିନୀ ଚନ୍ଦ୍ରାନ, ଟୁକୁଲୁ ପ୍ରଧାନ, ମନୋଜ ଖିଲ, ୱାର୍ଡ ୧୨ର ମେମ୍ବର ମଙ୍ଗୁଳି ହିଆଲ, ଭଗବାନ୍ ହିଆଲ୍ ପ୍ରଭୁତି ଶତାଧିକ ଅଭିଭାବକ ଏହି ଗଣଧାରଣା ଉପସ୍ଥିତ ଥିଲେ l

Leave A Reply

Your email address will not be published.