xmas

ଏମୟୂଜେ ଭବନରେ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ

ମାଲକାନଗିରି: ଆଜି ଦିନ ପ୍ରାୟ ସାଢେ଼ ଗୋଟେ ସମୟରେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ (ଏମୟୁଜେ) ତରଫରୁ ଓଡ଼ିଶା ସରକାରଙ୍କ ଗଣଶିକ୍ଷା, ଆଦିବାସୀ ଓ ହରିଜନ ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଶ୍ରୀ ବଳଭଦ୍ର ମାଝୀ ଏବଂ ମାଲକାନଗିରି ତଥା ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ସର୍ବଶ୍ରୀ ନରସିଂହ ମାଡକାମି ଏବଂ ମଙ୍ଗୁ ଖିଲ ମହୋଦୟଙ୍କୁ ଏମୟୂଜେର ସଭାପତି ଶ୍ରୀ ଦେବପ୍ରସାଦ ଦାଶଙ୍କ ନେତୃତ୍ୱରେ ଏମୟୂଜେ ଭବନରେ ସ୍ବାଗତ କରାଯାଇଥିଲା। ଏହାପରେ ସେମାନେ ଏମୟୂଜେର ସାମ୍ବାଦିକ ତଥା କର୍ମକର୍ତ୍ତା ମାନଙ୍କ ସହିତ ଦୀର୍ଘ ଏକଘଣ୍ଟା ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ କିପରି କରାଯିବ ସେ ବିଷୟରେ ବିସ୍ତାରିତ ଆଲୋଚନା କରିଥଲେ। ଏହି ଆଲୋଚନାରେ ମାଲକାନଗିରି ଜିଲ୍ଲାରେ ଥିବା ସ୍କୁଲ ଗୁଡିକରେ ଯଥେଷ୍ଟ ସଂଖ୍ୟାକ ଶିକ୍ଷକ ନିଯୁକ୍ତି, ସ୍କୁଲ ଘର ଗୁଡ଼ିକର ମରାମତି ଓ ନୁତନ ଗୃହ ନିର୍ମାଣ, ମାଲକାନଗିରି ଠାରୁ ଜୟପୁର ଏବଂ ଭଦ୍ରାଚଲମ ପର୍ଯ୍ୟନ୍ତ ରେଳପଥ ସଂଯୋଗ, ବିମାନ ଚଳାଚଳ, ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନ ସକାଶେ ସପ୍ତଧାରା ଏବଂ କୋଲାବ ବହୁମୁଖି ଯୋଜନାର ସଫଳ ରୂପାୟନ, ଜିଲ୍ଲାର ଶିକ୍ଷିତ ଏବଂ ବେକାର ଯୁବକ ଯୁବତୀଙ୍କ ପାଇଁ କର୍ମ ନିଯୁକ୍ତି, ବିଇଡି କଲେଜ ଚାଲୁ କରିବା, ରାଞ୍ଚି ବିଜୟବାଡ଼ା ରାସ୍ତାକୁ ଚାରି ଲେନ ବିଶିଷ୍ଟ କରିବା ଇତ୍ୟାଦି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଏବଂ ସାଂସଦ ପ୍ରକାଶ କରିଥିଲେ। ଗତକାଲି ରାତିରେ ଏମୟୂଜେ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ସାମ୍ବାଦିକ ଭାଇମାନଙ୍କର ବିଭିନ୍ନ ସମସ୍ୟା ଯଥା: କର୍ମକ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା, ପେନସନ ପ୍ରଦାନ ବିଷୟରେ ମଧ୍ୟ ଆଜି ପୁନଃ ଆଲୋଚନା କରାଯାଇଥିଲା। ମନ୍ତ୍ରୀ ଏବଂ ବିଧାୟକ ମାନେ ଏହି ବିଷୟକୁ ମଧ୍ୟ ଗୁରୁତର ସହିତ ବିଧାନସଭାରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ଏହି ଆଲୋଚନାରେ ଏମୟୂଜେର ଉପସଭାପତି ଶ୍ରୀ ସତ୍ୟନାରାୟଣ ପଣ୍ଡା, ଉପଦେଷ୍ଟା ଶିବ ପ୍ରସାଦ କୀର୍ତ୍ତନିୟା, ଜୀତେନ୍ଦ୍ର ବେଉରା, ଦେବବ୍ରତ ସାନା, ଇ.ଈଶ୍ୱର ରାଓ, ଅସିମ ବିଶ୍ଵାସ, ପ୍ରକାଶ ପଟ୍ଟନାୟକ, ଶଙ୍କର ପାଲ, କୃଷ୍ଣ ରାୟ, ଚକ୍ରଧର ପଟ୍ଟନାୟକ, ଗୋବିନ୍ଦ ମଣ୍ଡଲ, ଯଦୁପତି ମହାନ୍ତି, ବିକ୍ରମ ପାଢ଼ୀ, ୱରା ଲକ୍ଷ୍ମୀ, ଲକ୍ଷ୍ମୀ ତ୍ରିପାଠୀ, ସନ୍ତୋଷ ନାୟକଙ୍କ ସହିତ ମାଲକାନଗିରି ଜିଲ୍ଲା ବିଜେପି ସଭାପତି ଶ୍ରୀ ନିମାଇଁ ଚନ୍ଦ୍ର ପାଲ ଏବଂ ବରିଷ୍ଠ କର୍ମକର୍ତ୍ତା ଯଥାକ୍ରମେ: ନିହାର ରାୟ, କମଲେଶ ରାୟ, ସଞ୍ଜୟ ସରକାର, ମାନିକଲାଲ ଚକ୍ରବର୍ତ୍ତୀ ଏବଂ ନବଘନ ଲୋକେଇ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.