xmas

ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଚାଲିଛି, ଏହାରି ଭିତରେ ଶ୍ରୀମନ୍ଦିର ପ୍ରଶାସନକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ସେ ମୁଖ୍ୟ ପ୍ରଶାସକ ହୋଇଛନ୍ତି । ଏ ନେଇ ଆଇନ୍ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅଭିଜ୍ଞତା ରହିଛି । ଏହା ପୂର୍ବରୁ ୨୦୨୪ ମେ ୨୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଥିଲେ । ବୀର ବିକ୍ରମ ଯାଦବ ମେ’ ୨୨ ତାରିଖରୁ ଜୁନ୍ ୧୧ ତାରିଖ ଯାଏଁ ଛୁଟିରେ ରହିଥିଲେ । ଏହି ଅବଧି ମଧ୍ୟରେ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ କରାଯାଇଥିଲା । ସେହିପରି ଡକ୍ଟର ଅରବିନ୍ଦ ପାଢ଼ୀ ୨୦୧୨ରୁ ୨୦୧୪ ମସିହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ବର୍ତ୍ତମାନ ଶ୍ରୀ ପାଢ଼ୀ କୃଷି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆଡପ ମଣ୍ଡପକୁ ବିଜେ ବେଳେ ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଖସିପଡ଼ିଥିଲେ, ଯାହା କୋଟି କୋଟି ଭକ୍ତଙ୍କୁ ଶକ୍ତ ଆଘାତ ଦେଇଥିଲା । ଏହି ବିଶୃଙ୍ଖଳା ଏବଂ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତିକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ଏହାରି ଭିତରେ ରାଜ୍ୟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.