xmas

ପୂର୍ବତନ ବିଧାୟକ ସ୍ୱର୍ଗତ ଆଦିତ୍ୟ ମାଢ଼ିଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ମାଲକାନଗିରି ୧୪।୭: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ରୋଡନପାଲି ଗ୍ରାମରେ ମାଲକାନଗିରି ପୂର୍ବତନ ବିଧାୟକ ସ୍ୱର୍ଗତ ଆଦିତ୍ୟ ମାଢ଼ିଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ମାଢି ୨୦୧୯ରୁ ୨୦୨୪ ଯାଏଁ ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇ ନିଜର ଦାଇତ୍ଵ ତୁଲାଇ ଥିଲେ । ତେବେ ବିଗତ ୩ ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଆଜି ତାଙ୍କର ୧୩ ଦିବାସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝି, ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ପୂର୍ବତନ ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ମାଣିକ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର, ନିହାର ରାୟ, ନବଘନ ଲକେଇ ସହିତ ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ସହ କର୍ମୀ ଓ ବିଭିନ୍ନ ରାଜନୈତିକ ଦଳର ନେତା ଓ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହାସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.