xmas

ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନଶୁଣିବାରୁ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ଉପାୟରେ ପ୍ରତିବାଦ କଲେ ଗ୍ରାମବାସୀ

ମାଲକାନଗିରି: ରାସ୍ତା ପାଲଟିଛି ମରଣଯନ୍ତା। ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କେହି ନଶୁଣିବାରୁ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତରେ। ଚାଉଳମେନ୍ଦି ବାଲିଘାଟରୁ ପ୍ରତିଦିନ ବଡ ବଡ ଟିପ୍ପର ଗୁଡିକ ମାଡକାମୀଗୁଡା ଏବଂ ମୁଣ୍ଡାଗୁଡା ଦେଇ ବାଲି ନେଉଛନ୍ତି। ବାରମ୍ବାର ଗାଁ ରାସ୍ତାରେ ଭାରିଯାନ ଗୁଡିକ ଯିବା ଆସିବା କରିବା ଦ୍ବାରା ରାସ୍ତା ଖରାପ ପଡିଛି। ରାସ୍ତାରେ କାଦୁଅ ପଚ ପଚ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଏହି ରାସ୍ତାରେ ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଛି। ବହୁ ବାର ଦାବି କରିବା ପରେ ଏହି ଗ୍ରାମକୁ ସରକାର ରାସ୍ତା କଲେ ସତ କିନ୍ତୁ ଭାରିଯାନ ଯିବା ଆସିବା କରିବା ଦ୍ବାରା ଏହି ରାସ୍ତାଗୁଡିକ ବର୍ଷା ଦିନେ ଖରାପ ହୋଇଯାଉଛି। ରାସ୍ତାରେ ଦୁଇ ଫୁଟର ଗାତ ସୃଷ୍ଟି ହୋଇଛି। ସେହି ଗାତରେ ବର୍ଷା ପାଣି ଭରି ରହିବା ଫଳରେ ମୋଟରସାଇକେଲ ଆରୋହୀମାନେ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି। ବାଧ୍ୟ ହୋଇ ଲୋକେ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ପ୍ରତିବାଦ କଲେ। ଶତାଧିକ ଗ୍ରାମବାସୀ ଏହି ରାସ୍ତାରେ ଛିଡା ହୋଇ ବାଲି ଟ୍ରକକୁ ବନ୍ଦ କରାଯାଉ ବୋଲି ଦାବି କରିଥିଲେ।

Leave A Reply

Your email address will not be published.