xmas

ବିରଳ ବିଷାକ୍ତ ନାଗସାପ ଉଦ୍ଧାର; ସାପ ଫଣାରେ ଜଗନ୍ନାଥଙ୍କ ମୁହଁ

ମାଲକାନଗିରି, ୧୭/୭: ମାଲକାନଗିରି ସଦର ମହକୁମାସ୍ଥିତ କୁମୁଟିଗୁଡା ବାସିନ୍ଦା ରାମ ପ୍ରସାଦ ପଟନାୟକଙ୍କ ଘରେ ଏକ ବିରଳ ବିଷାକ୍ତ ନାଗ ସାପ ଉଦ୍ଧାର ହୋଇଛି। ଆଜି ସକାଳେ ପରିବାର ଲୋକେ ବାହାରେ ବୁଲୁଥିବା ବେଳେ ଏହି ନାଗ ସାପକୁ ଦେଖିଥିଲେ। ଲୋକଙ୍କୁ ଦେଖିବା ପରେ ସାପଟି ଫଣା ଟେକି ସଁ ସଁ କରିଥିଲା। ଲୋକେ ଯେତିକି ଭୟଭିତ ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। କାରଣ ନାଗ ସାପର ଫଣାରେ ଜଗନ୍ନାଥଙ୍କ ମୁହଁ ରହିଥିଲା। ବଡ ଠାକୁରଙ୍କ ଚକାଆଖି ଭଳି ସାପର ଫେଣାରେ ଦୁଇଟି ଚକା ଆଖି ଦେଖିବାକୁ ମିଳିଥିଲା। ଏଭଳି ବିରଳ ସାପ କେବେ ମଧ୍ୟ ଜିଲ୍ଲାରେ କେହି ଦେଖିନଥିବା କହିଥିଲେ। ଏହା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା। ସମସ୍ତେ ପୂଜାର୍ଚ୍ଚନା କରିବା ସହ ସ୍ବୟଂ ଜଗନ୍ନାଥ ଏଠାରେ ଉଭା ହୋଇଥିବା ଆଲୋଚନା ହେଉଥିଲା। ପରେ ସାପ ଧରାଳିକୁ ଡାକି ସାପକୁ କାବି କରିବା ପରେ ପୂଜାର୍ଚ୍ଚନା କରାଯାଇ ପୁଣି ଜଂଗଲରେ ଛାଡି ଦିଆଯାଇଥିଲା।

Leave A Reply

Your email address will not be published.