xmas

ମାଲକାନଗିରି ଠାରୁ ଅଯୋଧ୍ୟା ଯାତ୍ରା କଲେ ବାବା ବୈଦ୍ୟନାଥ ଗ୍ରୁପ

ମାଲକାନଗିରି, ୧୭।୭: ମାଲକାନଗିରି ଠାରୁ ଅଯୋଧ୍ୟାକୁ ୧୨ ଦିନିଆ ଗ୍ରସ୍ତରେ ବାହାରିଛନ୍ତି ଜିଲ୍ଲାର ସମାଜ ସେବି ବୈଦ୍ୟନାଥ ଗ୍ରୁପର ୧୭ ଜଣିଆ ଦଳ । ଏହି ଦଳ ପ୍ରଥମ ଦିନରେ ମାଲକାନଗିରି ଠାରୁ ରାୟପୁର ଗ୍ରସ୍ତ କରି ରାୟପୁର ଠାରେ ରାତ୍ରିଯାପନ କରି ୨ୟ ଦିନରେ ରାୟପୁର ଠାରୁ ବାରଣାସୀରେ ପହଞ୍ଚି ବାରଣାସୀରେ ରାତ୍ରିଯାପନ କରି ୩ୟ ଦିନ ବାରଣାସୀ ଠାରେ ବିଶ୍ୱନାଥ ମନ୍ଦିର ଦର୍ଶନ କରି ୪ର୍ଥ ଦିନ ଅଯୋଧ୍ୟା ଅଭମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ୫ମ ଦିନରେ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ଦର୍ଶନ କରି ରାତ୍ରିଯାପନ କରି ୬ଷ୍ଠ ଦିନ ଅଯୋଧ୍ୟାରୁ ନେପାଳ ଅଭିମୁଖେ ଯାତ୍ରା କରି ନେପାଳରେ ରାତ୍ରିଯାପନ କରି ୭ମ ଦିନ ନେପାଳର ପଶୁପତିନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ନେପାଳରୁ ବାହାରି ଦେଓଗଡ଼ ବୈଦ୍ୟନାଥ ମନ୍ଦିର ଦର୍ଶନ ପରେ ପୁରୀଧାମରେ ପହଞ୍ଚି ପୁରୀଠାରେ ଶ୍ରୀଜଗନ୍ନାଥ ମନ୍ଦିର ସହ ବିଭିନ୍ନ ମନ୍ଦିର ଦର୍ଶନ କରିବାର ଲକ୍ଷ ରହିଛି । ତେବେ ସମାଜ ମଙ୍ଗଲ ପାଇଁ ଠାକୁରଙ୍କ ନିକଟରେ ପାର୍ଥନା କରିବା ସହ ଜଗତ ଶାନ୍ତି ଉଦେଶ୍ୟରେ ଏହି ଦଳ ପ୍ରାର୍ଥନା କରିବ ବୋଲି ପ୍ରକାଶ କରିଛନ୍ତି । ୧୭ ଜଣ ସଦଷ୍ୟ ୪ଟି ଚାରି ଚକିଆରେ ବାହାରିଛନ୍ତି ଓ ରାସ୍ତାରେ ଖାଦ୍ୟପେୟ ପାଇଁ ରୋଷେଇ ସମଗ୍ରୀ ସହ ବାହାରିଥିବା ବେଳେ ଏହି ଗ୍ରୁପରେ ପି. ରାମା ରାଓ, ବାସୁଦେବ ରାଓ, କୃଷ୍ଣ ସାହୁ, ଦେବରାଜ ସେନାପତି, ସତ୍ୟଜିତ ସରକାର, ସତ୍ୟଜିତ ପଡ଼ିହାରି, ନିରଞ୍ଜନ ମହାରଣା, ସୌମ୍ୟରଂଜନ ମୁଦୁଲି, ଜି. ରାଜା ପାତ୍ର, ବିବେକ ବିଶ୍ୱାସ, କିରଣ ଗୌଡ଼, ଗୁପ୍ତେଶ୍ଵର ନାୟକ, ଉତ୍ତମ ସ୍ବାଇଁ, ବାସୁଦେବ ରାଓ, ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ଅଛନ୍ତି ।

Leave A Reply

Your email address will not be published.