ଆଦିବାସୀ ମହିଳାଙ୍କ ଗର୍ଭାବସ୍ଥା ପଞ୍ଜିକରଣ ପ୍ରମାଣ ପତ୍ର ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା

ମାଲକାନଗିରି ୧୯।୮: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଜଣେ ଗର୍ଭବତୀ ଆଦିବାସୀ ମହିଳା ଗର୍ଭବତୀ ହେବାର ୮ ମାସ ହେବା ସତ୍ୱେ ମିଳି ପାରିନି ପଞ୍ଜିକରଣ ପ୍ରମାଣ ପତ୍ର । ଯାହା ଫଳରେ ଜଣେ ଗର୍ଭବତୀ ମହିଳା ସରକାରଙ୍କ ଯୋଜନାରୁ ବଂଚିତ ହୋଇଛନ୍ତି । ବାରମ୍ବାର ଏନେଇ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅନୁରୋଧ ସତ୍ୱେ ପଞ୍ଜିକରଣ ପ୍ରମାଣ ପତ୍ର ନ ମିଳିବାରୁ ମହିଳା ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ରହୁଥିବା ଆଦିବାସୀ ମହିଳା ପଦ୍ମା ନାୟକ ନିଜ ସ୍ୱାମୀ ବାସୁଦେବଙ୍କ ସହ ମାଥିଲିରେ ରହି ଆସୁଛନ୍ତି । ତେବେ ପଦ୍ମାଙ୍କ ବାପା ଘର କର୍ତ୍ତନପାଲ୍ଲୀ ପଞ୍ଚାୟତ ସଦର ଗ୍ରାମରେ ହୋଇଥିବା ବେଳେ ସେ ଗର୍ଭବତୀ ହେବା ଜାଣିବା ପରେ ୮ ମାସ ପୂର୍ବରୁ କର୍ତ୍ତନପାଲ୍ଲୀ ଏଏନଏମ ସେଣ୍ଟର ଓ ଅଙ୍ଗନବାଡ଼ି -୨ରେ ନାମ ପଞ୍ଜିକରଣ ପାଇଁ ଯାଇଥିଲେ। ଅଙ୍ଗନବାଡ଼ି କର୍ମୀ ଜଣଙ୍କ ତାଙ୍କ ପାଖରୁ ସମସ୍ତ ତଥ୍ୟ ନେଲେ, କିନ୍ତୁ ଗର୍ଭବତୀ ପଞ୍ଜିକରଣ କରିଲେ ନାହିଁ ଓ ପ୍ରମାଣ ପତ୍ର ଦେଲେ ନାହିଁ । ଏନେଇ ପଚରାଉଚରା କରିବାରୁ କିଛି ଦିନ ପରେ ସେ ଜାଣିବାକୁ ପାଇଲି ଯେ ଗ୍ରାମବାସୀଙ୍କ ଦ୍ଵାରା ଲିଖିତ ଭାବରେ ମାଥିଲି ବିଡ଼ିଓ ,ସିଡିପିଓ ଓ ମେଡିକାଲ ଅଫିସରଙ୍କୁ ତାଙ୍କୁ ଏହି ପଞ୍ଜିକରଣ ପତ୍ର ପ୍ରଦାନ ନ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ସହିତ ତାଳ ମିଳାଇ ନିଜ ପଦ ମର୍ଯ୍ୟାଦା ନରଖି ପ୍ରଶାସନିକ ଅଧିକାରୀ ମାନେ କର୍ମୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରବାରୁ ପଦ୍ମା ଏହି ପ୍ରମାଣ ପତ୍ର ପାଇଁ ନଥିବା ଅଭିଯୋଗ କରିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ସରକାର ଯୋଗାଉ ଥିବା ସମସ୍ତ ପୃଷ୍ଟିକର ଖାଦ୍ୟ ବଣ୍ଟନ କରନ୍ତି ନାହିଁ ତାର ପ୍ରତିବାଦ କରିବାରୁ ମୋର ନାମ ପଞ୍ଜିକରଣ ଜାଣିଶୁଣି କରିଲେ ନାହିଁ । ବର୍ତ୍ତମାନ ପଦ୍ମା ୮ ମାସର ଗର୍ଭାବସ୍ଥାରେ ଅଛନ୍ତି । କିନ୍ତୁ ଉପରିସ୍ଥ ଅଧିକାରୀ ମାନଙ୍କୁ ଗୁହାରି କରି ନୟାନ୍ତ ହୋଇ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମସ୍ୟା କୁ ନେଇ ଚିଠି ଲେଖିଛନ୍ତି । ମାଥିଲି ବିଡିଓଙ୍କ ଦ୍ଵାରା ସେ ଏହି ଚିଠି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରି ନ୍ୟାୟ ପାଇଁ ଗୁହାରି କରିଛନ୍ତି ।

Leave A Reply

Your email address will not be published.