ଲଗାଣ ବର୍ଷା ଯୋଗୁଁ ସ୍ୱାଭିମାନ ଅଞ୍ଚଳ ଅବସ୍ଥା ବେହାଲ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ ସାଜିଛି ଷ୍ଟ୍ରେଚର

ଲଗାଣ ବର୍ଷା ଯୋଗୁଁ ସ୍ୱାଭିମାନ ଅଞ୍ଚଳ ଅବସ୍ଥା ବେହାଲ
ମାଲକାନଗିରି, ୨୦।୭: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡାଆମ୍ବ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ ଭାବେ ଷ୍ଟ୍ରେଚରକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଆଜିକୁ ତିନିଦିନ ଧରି ଲଗାଣ ବର୍ଷା ହେଉଥିନବା ହେତୁ ଯୋଡ଼ାଆମ୍ବ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଶୋଚନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ପାର୍ଶ୍ବରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ନଥିବା ହେତୁ ରାସ୍ତା ପାର୍ଶ୍ବର ପାଣି ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ପଶି ଯାଇ ଅନେକ ଔଷଧ ଓ ଅନ୍ୟ ଆସବାବପତ୍ର ନଷ୍ଟ ହୋଇ ଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟକୁ ଜଳ ଅଧିକ ମାତ୍ରାରେ ପଶି ଯାଉଥିବାରୁ କର୍ମଚାରୀ ମାନେ ଷ୍ଟ୍ରେଚରକୁ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଗେଟ ଆଗରେ ବାଡ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ କେନ୍ଦ୍ରରେ ବନ୍ୟାଜଳ ପ୍ରବଳ ମାତ୍ରାରେ ପ୍ରବେଶ କରିବା ଫଳରେ ଔଷଧ ପତ୍ର ନଷ୍ଟ ହେବା ସହ କିଛି ଯନ୍ତ୍ରାଂଶ ଖରାପ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପାଣି ପଶି ବିଦ୍ୟୁତ ସଟ ସର୍କିଟ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରର ବିଦ୍ୟୁତ ତାର ଗୁଡିକ ଜଳିଯାଇଛି। ସୌଭାଗ୍ୟ ବଶତଃ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରୋଗୀଙ୍କ କିଛି ହୋଇନାହିଁ। ଗତ କିଛି ବର୍ଷ ଧରି ଏଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଏ ଭଳି ପରିସ୍ଥିତି ଉପୁଜୁଥିବା ବେଳେ ଏହାର ସମାଧାନ ନିମନ୍ତେ କୌଣସି ପଦାଧୂକାରୀଙ୍କ ନଜର ପଡୁନାହିଁ । ଆଗାମି ଦିନରେ କିଭଳି ଏଇ ସମସ୍ୟାର ସମାଧାନ କରାଯିବ ସେ ନେଇ ସ୍ବାଭିମାନ ଅଞ୍ଚଳବାସି ଦାବି କରିଛନ୍ତି । ପ୍ରାୟ ଚାରିଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଏଇ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିଜବା ବେଳେ କେବେ ପ୍ରଶାସନ ଏଦିଗରେ ଦୃଷ୍ଟିପାତ କରିବାକୁ ଦାବି ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୮ ଗୋଟି ପଞ୍ଚାୟତର ଲୋକମାନେ ବର୍ଷା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଅବସ୍ଥା ଶୋଚନୀୟ ହୋଇପଡିଛି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ କୁତ୍ରିମ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି । ସ୍ୱାଭିମାନ ଅଞ୍ଚଳର ତିନୋଟି ପଞ୍ଚାୟତ କୁ ମଧ୍ୟ ଯାତାୟାତ ସମ୍ପୂର୍ଣ ବିଛିନ୍ନ ହୋଇଛି ପଣସପୁଟ, ଯନ୍ତ୍ରୀ, ଅଣ୍ଡିରାପଲ୍ଲୀ ପଞ୍ଚାୟତକୁ ଯିବା ରାସ୍ତାରେ ଗୋରାସେତୁ ଠାରେ ଥିବା ବ୍ରିଜ ଉପରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାବିତ ହେବା ଦ୍ବାରା ତିନୋଟି ପଞ୍ଚାୟତକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆଗକୁ ଆହୁରି ଅଧିକ ବର୍ଷା ହେବାର ଅଛି ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବାରୁ ଚିତ୍ରକୋଣ୍ଡା ବ୍ଲକର ୧୮ ଗୋଟି ପଞ୍ଚାୟତବାସୀ ଚିନ୍ତାରେ ଅଛନ୍ତି।

Leave A Reply

Your email address will not be published.